
କେନ୍ଦୁଝର, ୦୧ ଅଗଷ୍ଟ(ହି.ସ.) – ଜନସାଧାରଣଙ୍କ ସମସ୍ୟାର ସମାଧାନ ଏବଂ ପ୍ରଶାସନିକ ସେବାକୁ ଅଧିକ ତତ୍ପର କରିବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ଜୁଲାଇ ମାସ ପାଇଁ ‘ଯୁଗ୍ମ ଅଭିଯୋଗ ଶୁଣାଣୀ' କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଓଡ଼ିଶା ସରକାରଙ୍କ ଜନ ଅଭିଯୋଗ ଓ ପେନସନ ପ୍ରଶାସନ ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଧାସଳଖ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ। ଏହି ଶୁଣାଣୀ ସମସ୍ତ ସୋମବାର ସକାଳ ୧୦:୦୦ ଟାରୁ ଅପରାହ୍ନ ୧:୦୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ ଏହିପରି ୦୩ ଅଗଷ୍ଟ ୨୦୨୬(ସୋମବାର): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ(ଦରବାର ହଲ୍), କେନ୍ଦୁଝର ୧୦ ଅଗଷ୍ଟ ୨୦୨୬(ସୋମବାର): ପଂଚାୟତ ସମିତି କାର୍ଯ୍ୟାଳୟ, ହରିଚନ୍ଦନପୁର ୧୭ ଅଗଷ୍ଟ ୨୦୨୬(ସୋମବାର): ପଂଚାୟତ ସମିତି କାର୍ଯ୍ୟାଳୟ, ଯୋଡ଼ା ୨୪ ଅଗଷ୍ଟ ୨୦୨୬(ସୋମବାର): ପଂଚାୟତ ସମିତି କାର୍ଯ୍ୟାଳୟ, ଆନନ୍ଦପୁର ୩୧ ଅଗଷ୍ଟ ୨୦୨୬(ସୋମବାର): ପଂଚାୟତ ସମିତି କାର୍ଯ୍ୟାଳୟ, ତେଲକୋଇ।
ଜନସାଧାରଣଙ୍କ ସୁବିଧା ପାଇଁ ଏହି ଶିବିରଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷ ଭାବେ ଅସୁସ୍ଥ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ବସିବା ସହ ପାନୀୟ ଜଳର ସମସ୍ତ ସୁବିଧା ଯୋଗାଇ ଦେବାକୁ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ, ଶିବିରରେ ଗ୍ରହଣ କରାଯାଉଥିବା ଅଭିଯୋଗଗୁଡ଼ିକୁ ତୁରନ୍ତ ସମାଧାନ ସୂତ୍ରରେ ପକାଇବା ପାଇଁ ଏହାକୁ ସରକାରୀ ଜନ ଶୁଣାଣି ପୋର୍ଟାଲ’ରେ ପଞ୍ଜିକରଣ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ ରହିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଂଚଳବାସୀଙ୍କୁ ନିଜ ନିଜର ଅଭିଯୋଗ ନେଇ ଏହି ଶିବିରରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA