ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର,୦୧, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କୁ ଦୁଇଜଣ ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି। ଏହି ଆକ୍ରମଣରେ ଛୁରୀଟି ଯୁବକଙ୍କ ପିଠିରେ ଲାଗି ରହିଥିବା ଦେଖିବାକୁ ମିଳିଛି।

ଗୁରୁତର ଆହତ ଅବସ୍ଥାରେ ଯୁବକଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଜଣକ ପେଶାରେ ଫେରିବାଲା ବୋଲି ସୂଚନା ମିଳିଛି। ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଲୁଟ ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରିଛି।

ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande