ପଳଶା ଖଗେଶ୍ୱର ମହାଦେବଙ୍କ ପୀଠରେ ଯଜ୍ଞ ମଣ୍ଡପ ଭିିତି ପ୍ରସ୍ତର ସ୍ଥାପନ
ଭଦ୍ରକ, ୧ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଛୟାଳସିଂହ ପଚାଂୟତ ଅର୍ନ୍ତଗତ ପଳଶା ବଜାର ସ୍ଥିତ ପ୍ରସିଦ୍ଧ ଖଗେଶ୍ୱର ମହାଦେବ ପୀଠ ପରିସରରେ ଏକ ନୂତନ ଯଜ୍ଞ ମଣ୍ଡପ ନିର୍ମାଣ ପାଇଁ ଶୁଭ ଭିତି ପ୍ରସ୍ତର ସ୍ଥାପନ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପର୍ଣ୍ଣର୍ ହୋଇଯାଇଛି । ଏହି ଅବସରରେ ପୂ
KHAGESWARA MAHADEBA PITHRE BHITI PRASTARA STAPAN


ଭଦ୍ରକ, ୧ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଛୟାଳସିଂହ ପଚାଂୟତ ଅର୍ନ୍ତଗତ ପଳଶା ବଜାର ସ୍ଥିତ ପ୍ରସିଦ୍ଧ ଖଗେଶ୍ୱର ମହାଦେବ ପୀଠ ପରିସରରେ ଏକ ନୂତନ ଯଜ୍ଞ ମଣ୍ଡପ ନିର୍ମାଣ ପାଇଁ ଶୁଭ ଭିତି ପ୍ରସ୍ତର ସ୍ଥାପନ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପର୍ଣ୍ଣର୍ ହୋଇଯାଇଛି । ଏହି ଅବସରରେ ପୂଜକ ଫକୀର ତ୍ରିପାଠୀ, ଜଗବନ୍ଧୁ ଶତପଥି, ସୁରେନ୍ଦ୍ର କର ସମେତ ବଜାର ମନ୍ଦିର କମିଟି ଶ୍ରଦ୍ଧାଳୁ ଓ ସ୍ଥାନୀୟ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତରେ ଆୟୋଜିତ ବୈଦିକ ପୂଜାର୍ଚ୍ଚନା, ହୋମ-ଯଜ୍ଞ ଓ ମନ୍ତ୍ରୋଚାରଣ ପୂର୍ବକ ଭିତିପ୍ରସ୍ଥର ସ୍ଥାପନ କାର୍ଯ୍ୟ କରାଯାଇଥିଲା । ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀଙ୍କ ମତରେ ଏହି ପୀଠରେ ଦୀର୍ଘ ଦିନରୁ ଏକ ସ୍ଥାୟୀ ଯଜ୍ଞ ମଣ୍ଡପର ଆବଶ୍ୟକତା ରହିଛି । ଏହି ମଣ୍ଡପ ନିର୍ମାଣ ଦ୍ୱାରା ପୀଠରେ ଆୟୋଜିତ ହେଉଥିବା ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ, ଶିବରାତ୍ରୀ, ବାର୍ଷିକ ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ସୂଚାର ରୂପେ ସମ୍ପାଦିତ ହୋଇ ପାରିବ । ଏହି ଶୁଭ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଉପସ୍ଥିତ ରହି ବାବା ଖଗେଶ୍ୱରଙ୍କ ଦର୍ଶନ ସହ ପ୍ରସାଦ ସେବନ କରିଥିଲେ । ମନ୍ଦିର କମିଟିର କର୍ମକର୍ତା ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande