
ଖୋର୍ଦ୍ଧା, ୦୧ ଅଗଷ୍ଟ (ହି.ସ.) ଖୋର୍ଦ୍ଧା, ଆଦର୍ଶ ଥାନା ଅନ୍ତର୍ଗତ ପାନବରଜରେ ଗତକାଲି ରାତିରେ ଗୁଳିକାଣ୍ଡ ଘଟଣାରେ ପୋଲିସ ୫ଜଣକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ମୁତାବକ, ଗୁଳିମାଡ଼ ଖାଇଥିବା ଅନିଲ ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ ପାନ ଖାଇବା ପାଇଁ ଘର ପାଖ ଦୋକାନକୁ କୁଆଡେ ଯାଉଥିଲେ। ଏହି ସମୟରେ ହିଁ ଦୁର୍ବୁତ ଗୁଳି ମାଡ଼ର ସେ ଶିକାର ହୋଇଛନ୍ତି। ତେବେ ଏ ଗୁଳି ତାଙ୍କୁ ଲକ୍ଷ୍ୟ କରି ମରାଯାଇଥିଲା ନା ଆଉ କିଏ ଟାର୍ଗେଟରେ ଥିଲେ, କିନ୍ତୁ ଗୁଳି ଅନିଲଙ୍କ କାନ୍ଧରେ ବାଜିଥିଲା ଏ ନେଇ ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ କହିଛନ୍ତି, ଯୁବକଙ୍କ କାନ୍ଧରେ ଗୁଳି ମାଡ଼ ହୋଇଛି। ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲକୁ ନିଆଯାଇଥିଲା। ସେଠାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ତେବେ ଘଟଣାରେ ୫ଜଣକୁ ଅଟକ ରଖି ପଚରାଉଚରା ଚାଲିଛି ବୋଲି ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରାକେଶ