

ସମ୍ବଲପୁର,୦୧, ଅଗଷ୍ଟ (ହି.ସ.)
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଟାଉନ୍ ହଲ୍ଠାରେ ଶନିବାର ସନ୍ଧ୍ୟା ୬ଟାରେ ସମ୍ବଲପୁରୀ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପଦ୍ମଶ୍ରୀ ମିତ୍ରଭାନୁ ଗୌଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବଲପୁରୀ ଭାଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ଏହାର ପ୍ରଚାର ଓ ପ୍ରସାର ଦିଗରେ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ସାଂସ୍କୃତିକ କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ। ଏହି ଅବସରରେ ସମ୍ବଲପୁରୀ ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିବାବେଳେ ଉପସ୍ଥିତ ଦର୍ଶକମାନେ ଏହାକୁ ଉପଭୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ