ଲଗାଣ ବର୍ଷାରେ ମାଟି ଘର ଭାଙ୍ଗିଲା
ନୂଆପଡ଼ା,୧ ଅଗଷ୍ଟ (ହି.ସ.)- ଲଗାଣ ବର୍ଷା ଯୋଗୁଁ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଦାବ୍ରି ପଂଚାୟତ ଭୋଇ ପଡାର କାର୍ତିକ ମାଝି (୭୨) ଙ୍କ ମାଟି ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ଅସହାୟ ପରିବାର ଉପରେ ଦୁଇଗୁଣା ଦୁର୍ଦ୍ଦଶା ନେଇ ଆସିଛି। ପରିବାରର ପୁଅ ବୈଲୋଚନ ମାଝି ଓ ବୋହୂ ଚିକିତ୍ସା ପାଇଁ ନୂଆପଡା ଜିଲ୍ଲା ହ
Lagana barshare bhangila ghar


ନୂଆପଡ଼ା,୧ ଅଗଷ୍ଟ (ହି.ସ.)- ଲଗାଣ ବର୍ଷା ଯୋଗୁଁ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଦାବ୍ରି ପଂଚାୟତ ଭୋଇ ପଡାର କାର୍ତିକ ମାଝି (୭୨) ଙ୍କ ମାଟି ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ଅସହାୟ ପରିବାର ଉପରେ ଦୁଇଗୁଣା ଦୁର୍ଦ୍ଦଶା ନେଇ ଆସିଛି। ପରିବାରର ପୁଅ ବୈଲୋଚନ ମାଝି ଓ ବୋହୂ ଚିକିତ୍ସା ପାଇଁ ନୂଆପଡା ଜିଲ୍ଲା ହସ୍ପିଟାଲରେ ଥିବାବେଳେ ଲଗାଣ ବର୍ଷାରେ ସେମାନଙ୍କ ମାଟି ଘର ଭାଙ୍ଗିପଡ଼ିଛି। ଘର ଭିତରେ ଥିବା ଆସବାବ ପତ୍ର, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ପତ୍ର ବର୍ଷା ପାଣିରେ ନଷ୍ଟ ହୋଇ ଯାଇଛି। ଘରେ ଏକାକୀ ଥିବା ବୃଦ୍ଧ ବାପା ଏହି ଘଟଣା ପରେ ଗଭୀର ଚିନ୍ତାରେ ଦିନ କାଟୁଛନ୍ତି। ଏପଟେ ପୁଅ ଓ ବୋହୂଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା, ଅନ୍ୟପଟେ ମୁଣ୍ଡ ଗୁଞ୍ଜିବାକୁ ଥିବା ଘର ଭାଙ୍ଗି ଯିବା ତାଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ହସ୍ପିଟାଲରୁ ଫେରି ନିଜ ଭଙ୍ଗା ଘର ଓ ନଷ୍ଟ ହୋଇଥିବା ସାମଗ୍ରୀ ଦେଖି ପୁଅ ଭାଙ୍ଗି ପଡ଼ିଛନ୍ତି।ଆର୍ôଥକ ଦୁର୍ବଳ ଏହି ପରିବାର ପାଇଁ ପୁଣିଥରେ ଘର ତିଆରି କରିବା ଏକ ବଡ଼ ସମସ୍ୟା ପାଲଟିଛି। ଏହି ପରିବାର ଗୋଟିଏ ଗରିବ ପରିବାର ହୋଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ ହୋଇ ନାହାନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତା ସହଯୋଗ ଯୋଗାଇ ସହିତ ଆବାସ ଯୋଜନାରେ ସାମିଲ କରି ଗୃହ ଦେବାକୁ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande