ଶୌଚ ହେବାବେଳେ ନଦୀରେ ଭାସିଗଲେ ନାବାଳିକା
କେନ୍ଦ୍ରାପଡ଼ା, ୦୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କଳସପୁର ଗ୍ରାମର ରଞ୍ଜିତା ମଲିକ(୧୬) ଶୌଚ ହେବାକୁ ଯାଇ ପ୍ରଖର ସ୍ରୋତରେ ଭାସିଗଲେ। ଘଟଣା ସୂତ୍ରରୁ ପ୍ରକାଶ ରଞ୍ଜିତା ଆଜି ମଧ୍ୟାହ୍ନ ସମୟରେ କାଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ନଦୀ ବନ୍ୟା ଜଳରେ ଉବୁଟୁବୁ ହେଉଥିବା
ଶୌଚ ହେବାବେଳେ ନଦୀରେ ଭାସିଗଲେ ନାବାଳିକା


କେନ୍ଦ୍ରାପଡ଼ା, ୦୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କଳସପୁର ଗ୍ରାମର ରଞ୍ଜିତା ମଲିକ(୧୬) ଶୌଚ ହେବାକୁ ଯାଇ ପ୍ରଖର ସ୍ରୋତରେ ଭାସିଗଲେ। ଘଟଣା ସୂତ୍ରରୁ ପ୍ରକାଶ ରଞ୍ଜିତା ଆଜି ମଧ୍ୟାହ୍ନ ସମୟରେ କାଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ନଦୀ ବନ୍ୟା ଜଳରେ ଉବୁଟୁବୁ ହେଉଥିବାବେଳେ ନଦୀର ସ୍ରୋତରେ ଭାସିଯାଉଥିବାବେଳେ ଏକ ଲଟାକୁ ଧରି ଅଟକି ଯାଇଥିଲେ। ସେ ଚିତ୍କାର କରୁଥିବା ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ବନ ବିଭାଗ ଟିମ୍ ନଦୀକୁ ବୋଟ ଯୋଗେ ଯାଇ ନାବାଳିକାକୁ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ନାବାଳିକା ଜଣଙ୍କୁ ଆଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ନେଇ ସୂଚନା ମିଳିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande