
ସମ୍ବଲପୁର ୦୧, ଅଗଷ୍ଟ (ହି.ସ.) - ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ପୋଲିସ ସିଲିପଥର ଅଂଚଳରେ ଚଢ଼ାଉ କରି ନକଲି କଫ୍ ସିରଫ୍ ବିକ୍ରି କରୁଥିବା ଅଭିଯୋଗରେ ସାନିଦ୍ୱାଲ ଖଡ଼ିଆ ନାମକ ଯୁବକକୁ ଗିରଫ କରି ୧୬୪/୨୬ ମାମଲାରେ କୋର୍ଟ ଚାଲାଣ କରିଛି। ପୋଲିସ ଅଭିଯୁକ୍ତ ନିକଟରୁ ୧୦ଟି କୋଡିନ ଫସଫେଟ ଓ ଟ୍ରିପ୍ରୋଲିଡିନ ହାଇଡ୍ରୋକ୍ଲୋରାଇଡ୍ ମିଶ୍ରିତ ମେକ୍ୱାଟସ୍ କଫ୍ ସିରପ ବୋତଲ, ୪ଟି ଖାଲି ବୋତଲ, ପ୍ରାୟ ୩୦ ଲିଟର ଦେଶୀ ମଦ ଏବଂ ୨ଟି ମୋବାଇଲ ଫୋନ୍ ଜବତ କରିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ