
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ)- ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ଆଉ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨ ଦିନ ତଳେ ପିକ୍ ଫ୍ଲଡ୍ ଥିଲା। ମାତ୍ର ହୀରାକୁଦ ବନ୍ଧ ବଡ଼ ବନ୍ୟାକୁ ରୋକିଲା। ହୀରାକୁଦରେ ଏବେ ୬୨୫ ଫୁଟ ପାଣି ଅଛି, ଉପରମୁଣ୍ଡରୁ ପାଣି କମିଛି। ହୀରାକୁଦର ଖୋଲାଥିବା ୨୨ଟି ଗେଟ୍ ୨ ଦିନ ଯାଏଁ ବନ୍ଦ ହେବନି। ମୁଣ୍ଡଳୀରେ ଏବେ ଆଦୌ ବନ୍ୟା ସ୍ଥିତି ନାହିଁ। ବୈତରଣୀ ସମେତ ଅନ୍ୟ ସବୁ ନଦୀରେ ଜଳସ୍ତର କମୁଛି। ଛତିଶଗଡ଼ କଲମାର ଗେଟ ଖୋଲାଯାଇଛି , ହେଲେ ପାଣି କମୁଛି। ସେହିପରି ରେଙ୍ଗାଲିରେ ଗୋଟେ ଗେଟ୍ ଖୋଲା ଅଛି, ବ୍ରାହ୍ମଣୀରେ ବନ୍ୟା ହେବନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା