ସ୍ବତନ୍ତ୍ର ସଘନ ସଂଶୋଧନର ସଂଶୋଧିତ କାର୍ଯ୍ୟସୂଚୀ
ପୁରୀ, ୧ ଅଗଷ୍ଟ (ହି.ସ.)- ସ୍ବତନ୍ତ୍ର ସଘନ ସଂଶୋଧନ(ଏସଆଇଆର) ୨୦୨୬ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ ଦାବି ଓ ଆପତ୍ତି ଦାଖଲ ଜୁଲାଇ ୫ ରୁ ଅଗଷ୍ଟ ୧୯ ତା
ସ୍ବତନ୍ତ୍ର ସଘନ ସଂଶୋଧନର ସଂଶୋଧିତ କାର୍ଯ୍ୟସୂଚୀ


ପୁରୀ, ୧ ଅଗଷ୍ଟ (ହି.ସ.)- ସ୍ବତନ୍ତ୍ର ସଘନ ସଂଶୋଧନ(ଏସଆଇଆର) ୨୦୨୬ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ ଦାବି ଓ ଆପତ୍ତି ଦାଖଲ ଜୁଲାଇ ୫ ରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଦାବି ଓ ଆପତ୍ତି ଦାଖଲର ସମୟ ସୀମା ଜୁଲାଇ ୫ ତାରିଖରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ ନୋଟିସ ପ୍ରଦାନ, ଦାବି ଓ ଆପତ୍ତିର ଶୁଣାଣି, ନିଷ୍ପତ୍ତି ଜୁଲାଇ ୫ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ନୋଟିସ ପ୍ରଦାନ, ଦାବି ଓ ଆପତ୍ତି ସମାଧାନର ଶେଷ ସମୟ ସୀମା ଜୁଲାଇ ୫ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ପୂର୍ବରୁ ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ତାରିଖ ସେପ୍ଟେମ୍ବର ୬ ତାରିଖ ଥିବା ବେଳେ ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ସେପ୍ଟେମ୍ବର ୨୧ ତାରିଖକୁ ଧାର୍ଯ୍ୟ କରାଯାଇଛି ବୋଲି ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡା ଅବଗତ କରାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande