
ଭୁବନେଶ୍ୱର, ୧ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ସର୍ବାଧିକ ୫୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଗଞ୍ଜାମ ଜିଲ୍ଲାର ଆସ୍କାରେ ୫୨.୦ ମି.ମି., ରାୟଗଡ଼ା ଜିଲ୍ଲାର ଗୁଣୁପୁରରେ ୩୪.୦ ମି.ମି., ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାରେ ୩୦.୨ ମି.ମି., ବାଲେଶ୍ୱର ଜିଲ୍ଲାର ନିଳଗିରିରେ ୩୦.୦ ମି.ମି., ଗଞ୍ଜାମ ଜିଲ୍ଲାର ଧରାକୋଟରେ ୨୮.୦ ମି.ମି., ବାଲେଶ୍ୱର ଜିଲ୍ଲାର ବାହାନଗାରେ ୨୭.୦ ମି.ମି., ଅନୁଗୁଳ ଜିଲ୍ଲାର ଟିକରପଡାରେ ୨୫.୦ ମି.ମି., ବାଲେଶ୍ୱର ଜିଲ୍ଲାର ସୋରୋରେ ୨୩.୫ ମି.ମି., ଜଳେଶ୍ୱରରେ ୨୨.୦ ମି.ମି., କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ୨୨.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ୨୧.୦ ମି.ମି. ଏବଂ ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ୨୦.୩ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ