ସୁଧିର ଷଢ଼ଙ୍ଗିଙ୍କ ବିୟୋଗରେ ଶୋକସଭା
ଜୟପୁର, ୧ ଅଗଷ୍ଟ (ହି.ସ.)- ବରିଷ୍ଠ ଓକିଲ ସୁଧିର ଷଢ଼ଙ୍ଗିଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗତକାଲି ଭୋର ସମୟରେ ତାଙ୍କ ଦେହାନ୍ତ ହୋଇଥିବା ବେଳେ ଅପରାହ୍ନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଆଜି ଜୟପୁରସ୍ଥ ଜିଳ୍ଲା କୋର୍ଟ ପରିସରରେ ଶୋକସଭା ଅନୁଷ୍ଠିତ ହୋଇ
ସୁଧିର ଷଢ଼ଙ୍ଗିଙ୍କ ବିୟୋଗରେ ଶୋକସଭା


ଜୟପୁର, ୧ ଅଗଷ୍ଟ (ହି.ସ.)- ବରିଷ୍ଠ ଓକିଲ ସୁଧିର ଷଢ଼ଙ୍ଗିଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗତକାଲି ଭୋର ସମୟରେ ତାଙ୍କ ଦେହାନ୍ତ ହୋଇଥିବା ବେଳେ ଅପରାହ୍ନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଆଜି ଜୟପୁରସ୍ଥ ଜିଳ୍ଲା କୋର୍ଟ ପରିସରରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସମସ୍ତ ସଦସ୍ୟ ପୁଷ୍ପ ଅର୍ପଣ କରି ନୀରବ ପ୍ରାର୍ଥନା ସହ ଶୋକବ୍ୟକ୍ତ କରିଥିଲେ । ସେ ସଂଘର ବରିଷ୍ଠ ସଦସ୍ୟ ରହିଥିବା ବେଳେ ଲଗାତର ତିନି ଥର ସଭାପତି ରହିଥିବା କୁହାଯାଇଥିଲା । ବିଶେଷକରି ତାଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ନିକଟରେ ପ୍ରଭାବ ପକାଯାଇ ଜୟପୁର ଠାରେ ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟ ସାଙ୍ଗକୁ ଭିଜିଲାନ୍ସ କୋର୍ଟ ମଧ୍ୟ ଆରମ୍ଭ ହୋଇଥିବା ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ସେ କେବଳ ଯେ, ଓକିଲାତି କରୁଥିଲେ ତାହା ନୁହେଁ ବିଭିନ୍ନ ଦଳରେ ମଧ୍ୟ ରହି ରାଜନୈତିକ ପ୍ରତିଷ୍ଠା ଲାଭ କରିଥିଲେ । ବିଶେଷ କରି କଂଗ୍ରେସ ଦଳରେ ସେ ଦୀର୍ଘ ବର୍ଷ ପିସିସି ସଭ୍ୟ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ମଧ୍ୟ ରହିଥିଲେ । ବିଜେଡ଼ି ଦଳରେ କମ୍ ଦିନ ରହି ମାଲକାନଗିରି ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ହୋଇପାରିଥିଲେ । ଏଭଳି ବ୍ୟକ୍ତିତ୍ୱଙ୍କୁ ହରାଇ ଜିଲ୍ଲା ଓକିଲ ସଂଘ ମର୍ମାହତ ବୋଲି ବହୁ ବକ୍ତା ନିଜ ଶୋକବାର୍ତ୍ତାରେ ପ୍ରକାଶ କରିଥିଲେ । ଏହି ଶୋକସଭାରେ ସଭାପତି ବିଜି ରାୟ ଜେନାଦେଓ, ସଂପାଦକ ସହଦେବ ପଟ୍ଟନାୟକ, ରାଜ୍ୟ ପରିଷଦ ସଦସ୍ୟ ପି.ରମେଶ ପାତ୍ର, ବରିଷ୍ଠ ସଦସ୍ୟ ମଦନ ମୋହନ ନାୟକ, ପ୍ରମୋଦ ଦାସ, ସତ୍ୟଦାନ ମହାନନ୍ଦିଆ, ବିରେଶ ପଟ୍ଟନାୟକ, ତେଜେଶ୍ୱର ପଣ୍ଡା, ରାଜେନ୍ଦ୍ର କୁମାର ଗୋ÷ଡ଼, କୋଷାଧ୍ୟକ୍ଷ ବେଦ ରାମାନୁଜ ପ୍ରସାଦ, ଗିରିଧର ଖରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande