ପ୍ରଭାବିତ ଅଂଚଳ ପରିଦର୍ଶନ କଲେ କଂଗ୍ରେସ ପ୍ରତିନିଧି ମଣ୍ଡଳୀ
ନୂଆପଡ଼ା,୧ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ନେହେନା ଗ୍ରାମକୁ ଯାଇ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧି ମଣ୍ଡଳୀ। କଂଗ୍ରେସର ବରିଷ୍ଠ ନେତା କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ନେହେନା ଗ୍ରାମକୁ ଏକ ଟିମ ଯାଇ ବନ୍ୟା ପ୍ରଭାବିତ ଲୋକଙ୍କ ଦୁଃଖ-ଦୁର୍ଦ୍ଦଶା ବୁ
Prabhabit Anchal paridarshan


ନୂଆପଡ଼ା,୧ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ନେହେନା ଗ୍ରାମକୁ ଯାଇ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧି ମଣ୍ଡଳୀ। କଂଗ୍ରେସର ବରିଷ୍ଠ ନେତା କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ନେହେନା ଗ୍ରାମକୁ ଏକ ଟିମ ଯାଇ ବନ୍ୟା ପ୍ରଭାବିତ ଲୋକଙ୍କ ଦୁଃଖ-ଦୁର୍ଦ୍ଦଶା ବୁଝିଥିଲେ। ନେହେନା ଗ୍ରାମରେ ଅନେକ ପରିବାରଙ୍କ ଘରେ ବର୍ଷା ପାଣି ପଶିଯାଇଛି। ଫଳରେ ଲୋକମାନେ ଘର ଛାଡ଼ି ପଂଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ପ୍ରାୟ ୮୦ରୁ ୧୦୦ ଜଣ ଲୋକ ସେଠାରେ ରହୁଥିଲେ ମଧ୍ୟ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ବ୍ୟବସ୍ଥା ହୋଇନାହିଁ। ସକାଳର ଜଳଖିଆ ମଧ୍ୟ ମିଳିନାହିଁ ଏବଂ ଏପର୍ଯ୍ୟନ୍ତ ପ୍ରଭାବିତ ପରିବାରମାନଙ୍କୁ ପଲିଥିନ ବଂଟନ କରାଯାଇନାହିଁ। ଏନେଇ ପ୍ରତିନିଧି ମଣ୍ଡଳୀ ବିଡିଓ ଓ ତହସିଲଦାରଙ୍କ ସହ ଯୋଗାଯୋଗ କରି ସମଗ୍ର ପରିସ୍ଥିତି ସମ୍ପର୍କରେ ଅବଗତ କରାଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଥିଲେ। ବିଡିଓ ମଧ୍ୟ ଆଜି ଦ୍ୱିପ୍ରହରରେ ନେହେନା ଗ୍ରାମକୁ ଯାଇ ପୀଡ଼ିତ ପରିବାରମାନଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶ୍ୱାସନ ଦେଇଥିଲେ। ଗ୍ରାମବାସୀଙ୍କ ଦାବି ମଧ୍ୟରେ ପ୍ରତିବର୍ଷ ବର୍ଷା ହେଲେ ସେମାନଙ୍କ ଘରେ ପାଣି ପଶିଯାଏ ଏବଂ ସେଠାରେ ବସବାସ କରିବା ଅସମ୍ଭବ ହୋଇପଡ଼େ। ତେଣୁ ସରକାର ଓ ପ୍ରଶାସନ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ସ୍ଥାୟୀ ଭାବେ ଥଇଥାନ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବି କରିଥିଲେ।

ଦୁର୍ବିପାକ ସମୟରେ ପୀଡ଼ିତ ଲୋକଙ୍କୁ ତୁରନ୍ତ ଖାଦ୍ୟ, ପଲିଥିନ ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇବା ସହିତ ସେମାନଙ୍କ ସ୍ଥାୟୀ ସମସ୍ୟାର ସମାଧାନ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ବୋଲି ପ୍ରତିନିଧି ମଣ୍ଡଳୀ ଚେତାବନୀ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande