
ଜୟପୁର, ୧ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଟାଉନ ହଲ ଠାରେ ବୋରିଗୁମ୍ମା ପ୍ରେସ କ୍ଲବ ପକ୍ଷରୁ ମାଗଣା ମେଡ଼ିକାଲ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ବିଶାଖାପାଟଣା ମେଡସି ହସ୍ପିଟାଲ ର ଦୁଇ ମେଡ଼ିସିନ ବିଶେଷଜ୍ଞ ଡ଼. ପ୍ରବୀଣ କୁମାର, ଅସ୍ତିଶଲ୍ୟ ବିଶେଷଙ୍ଗ ଡ଼.ବି.ଭି. ଆର. ଏନ ବର୍ମା ମାଗଣାରେ ଲୋକଙ୍କ ଚେକ ଅପ କରିଥିଲେ। ପ୍ରାୟ ବୋରିଗୁମ୍ମା ଓ ଆଖପାଖ ଅଞ୍ଚଳର ୧୫୦ ବିଭିନ୍ନ ପ୍ରକାର ରୋଗୀ ଆସି ଦୁଇ ବିଶେଷଜ୍ଞଙ୍କ ନିକଟରେ ମାଗଣାରେ ଚିକିତ୍ସା କରି ପରାମର୍ଶ ନେଇଥିଲେ। ପ୍ରାୟ ଡାଇବେଟିସ, ଗ୍ୟାସ ଜନୀତ, ଆଣ୍ଠୁଗଣ୍ଠି ରୋଗୀ ସହ ଅନ୍ୟାନ୍ୟ ରୋଗୀ ମାନେ ଆସି ମାଗଣାରେ ଚେପ ଅପ କରିଥିଲେ। ତେବେ ଆଗାମୀ ଦିନରେ ପ୍ରେସ କ୍ଲବ ବୋରିଗୁମ୍ମା ଆନୁକୂଲ୍ୟରେ ମେଗା ହେଲଥ କ୍ୟାମ୍ପ ର ଆୟୋଜନ କରିଯିବ ବୋଲି ସଭାପତି ବିଜୟ ନାରାୟଣ ସାହୁ ସୂଚନା ଦେଇଛନ୍ତି। ମାଗଣା ମେଡ଼ିକାଲ କ୍ୟାମ୍ପ ପ୍ରେସ କ୍ଲବ ର ସୁନ୍ଦର ପ୍ରୟାସ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସନ୍ତୋଷ କୁମାର ପଣ୍ଡା ମେଡସି ହସ୍ପିଟାଲର ମୁଖ୍ୟ ସହଯୋଗୀ ଭାବେ ଯୋଗ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ କ୍ଲବ ର ରଞ୍ଜନ କୁମାର ମିଶ୍ର, କେ. ସାକିଲି ଦୋରା, ପିମ୍ପସ କୁମାର, ଦୟାନିଧି ପଟ୍ଟନାୟକ, ରିଙ୍କୁ ପଟ୍ଟନାୟକ, ସୀମାଞ୍ଚଳ ମହାରଣା, ଜି.ମୋହନ ଦୋରା, ଶଙ୍କର ମହାନ୍ତି, ସୁଶୀଳ ଷଡଙ୍ଗୀ, ସୁକାନ୍ତ କୁମାର ମାଝୀ, ସୁଶାନ୍ତ କୁମାର ପଣ୍ଡା, ଗୋପାଳ ଡଙ୍ଗରି, ଅମରିତ ଖୋସଲା, ପି ଅନନ୍ତ ରାଓ ଓ ଭୈରବ ଡିଗ୍ରୀ ମହାବିଦ୍ୟାଳୟର ପିଇଟି ଶିକ୍ଷକ ଅଭିଷେକ ରାଉତ, ଦଶ ଜଣ ଛାତ୍ର ହିମାଂଶୁ ପାଞ୍ଜିଆ, ହିରନ ହରିଜନ, ଲିପୁନ ହରିଜନ, ତୈଳ ଭୂମିଆ, ଉଦିତ ନାୟକ, ଦିନେଶ ଭୂମିଆ, ଶଙ୍କର ବିଶୋଇ, ଶୁଭଙ୍କର ରାଉତ, ଚନ୍ଦନ କମାର, କିରଣ ହରିଜନ, ଉପେନ୍ଦ୍ର ନାୟକ, ଶୁଭମ ନାୟକ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି