ଗୁରୁ ସତ୍ୟନାରାୟଣଙ୍କ ଜନ୍ମଦିନରେ ରେଢାଖୋଲ ଓ ଜୁଜୁମୁରାରେ ସମ୍ବଲପୁରୀ ଦିନ୍ ପାଳିତ

ସମ୍ବଲପୁର,୦୧, ଅଗଷ୍ଟ (ହି.ସ.)ଗୁରୁ ସତ୍ୟନାରାୟଣଙ୍କ ଜନ୍ମଦିନ ଅବସରରେ ଶନିବାର ସମ୍ବଲପୁର ଜିଲ୍ଲାର ରେଢାଖୋଲ ଓ ଜୁଜୁମୁରା ଅଞ୍ଚଳର ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ଦିବସ ଉତ୍ସାହର ସହ ପାଳନ କରାଯାଇଛି।

ବରିଷ୍ଠ ନାଗରିକ ସଂଘ, ବିଭିନ୍ନ ସ୍କୁଲ, କଲେଜ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଏହି ଦିବସ ଝୁମ୍ଟାମରେ ପାଳିତ ହୋଇଥିଲା। କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ପୋଷାକ ପରିଧାନ କରି ପଶ୍ଚିମ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ସ୍ମରଣ କରିଥିଲେ। ସମ୍ବଲପୁରୀ ବସ୍ତ୍ର, ଗୀତ ଓ ନୃତ୍ୟ ମାଧ୍ୟମରେ ସମ୍ବଲପୁରୀ ସଂସ୍କୃତିର ପ୍ରଚାର ଓ ପ୍ରସାର କରାଯାଇଥିଲା।

ଏହି ଅବସରରେ ଏନ୍ସିସି କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ ସଂଘର ସଭାପତି ଦେବାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଏନ୍ସିସି ଅଧ୍ୟକ୍ଷ ଶିବ୍ରାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବଲପୁରୀ ଦିବସର ମହତ୍ତ୍ୱ ଓ ସମ୍ବଲପୁରୀ ଭାଷା, ସଂସ୍କୃତି ଏବଂ ପରମ୍ପରାର ସୁରକ୍ଷା ଓ ପ୍ରଚାରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande