ସମ୍ବଲପୁର–ସୁବର୍ଣ୍ଣପୁର ରାଜ୍ୟ ରାଜପଥର ଢେଉ ଭାଙ୍ଗୁଛି ବନ୍ୟା ପାଣି
ସମ୍ବଲପୁର–ସୁବର୍ଣ୍ଣପୁର ରାଜ୍ୟ ରାଜପଥର ଢେଉ ଭାଙ୍ଗୁଛି ବନ୍ୟା ପାଣି
ସମ୍ବଲପୁର–ସୁବର୍ଣ୍ଣପୁର ରାଜ୍ୟ ରାଜପଥର ଢେଉ ଭାଙ୍ଗୁଛି ବନ୍ୟା ପାଣି

ସମ୍ବଲପୁର,୦୧, ଅଗଷ୍ଟ (ହି.ସ.) ହୀରାକୁଦ ଜଳଭଣ୍ଡାରର ୨୨ ଟି ସ୍ଲୁଇସ୍ ଗେଟ୍ ଖୋଲିବା ପରେ ରାଜ୍ୟ ରାଜପଥ ଉପରେ ଏବେ ପାଣିର ସୁଅ ଛୁଟିଥାବା ଦେଖିବାକୁ ମିଳିଛି । ସମ୍ବଲପୁର–ସୁବର୍ଣ୍ଣପୁର ରାଜ୍ୟ ରାଜପଥର ମାଲେଗୁଣ୍ଡେର ପୁର ନିକଟ ରାସ୍ତାରେ ପ୍ରାୟ ଦୁଇ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ ଲଗାଇ ରାସ୍ତାରେ ଯାତାୟାତ ବନ୍ଦ କରିଛି। ଫଳରେ ବଲାଙ୍ଗୀର, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାକୁ ସଡ଼କ ଯୋଗାଯୋଗ ବ୍ୟାହତ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande