ଜୁଜୁମୁରା ଉପବଜାରରେ ମେଗା ରକ୍ତଦାନ ଶିବିର, ୧୦୨ ୟୁନିଟ୍ ସଂଗ୍ରହ
ଜୁଜୁମୁରା ଉପବଜାରରେ ମେଗା ରକ୍ତଦାନ ଶିବିର, ୧୦୨ ୟୁନିଟ୍ ସଂଗ୍ରହ
ଜୁଜୁମୁରା ଉପବଜାରରେ ମେଗା ରକ୍ତଦାନ ଶିବିର, ୧୦୨ ୟୁନିଟ୍ ସଂଗ୍ରହ


ଜୁଜୁମୁରା ଉପବଜାରରେ ମେଗା ରକ୍ତଦାନ ଶିବିର, ୧୦୨ ୟୁନିଟ୍ ସଂଗ୍ରହ


ସମ୍ବଲପୁର ୦୧, ଅଗଷ୍ଟ (ହି.ସ.) - ସମ୍ବଲପୁର ଜିଲ୍ଲା ଜୁଜୁମୁରା ଉପବଜାର ପ୍ରାଙ୍ଗଣରେ ଶନିବାର ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜୁଜୁମୁରା ଅଂଚଳବାସୀଙ୍କ ସହଯୋଗରେ ଆୟୋଜିତ ଏହି ଶିବିରରେ ଆଖପାଖ ଓ ଦୂରଦୂରାନ୍ତ ଅଂଚଳର ବହୁ ସ୍ୱେଚ୍ଛାସେବୀ ଯୋଗଦେଇ ରକ୍ତଦାନ କରିଥିଲେ। ମୋଟ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସମାଜସେବୀ ଦୀପକ ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ଶିବିରକୁ ଜୁଜୁମୁରା ବିଡିଓ ରାଜେଶ କୁମାର ଏକ୍କା, ଜୁଜୁମୁରା ଥାନା ଅଧିକାରୀ ଅନିମା ଏକ୍କା, ଅତିରିକ୍ତ ତହସିଲଦାର ମମତା ଆନନ୍ଦ ଏବଂ କେନ୍ଦୁନିବ୍ରା ରେଞ୍ଜର ସଞ୍ଜୟ ପ୍ରଧାନ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ବୁର୍ଲା ରକ୍ତ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ଶିକ୍ଷାବିଦ୍ ରାଜେନ୍ଦ୍ର ପଣ୍ଡା, ଲିପିଣ୍ଡା ସରପଂଚ ପ୍ରଫୁଲ୍ଲ ମିର୍ଦ୍ଧା, ସମିତି ସଦସ୍ୟ ଜୟନ୍ତ ପ୍ରଧାନ, କୁସୁମ ପ୍ରଧାନ, ଅରବିନ୍ଦ ପ୍ରଧାନ, ଜ୍ଞାନେନ୍ଦ୍ର ପ୍ରଧାନ, ସୁଜୋକାନ୍ତ ପାଣିଗ୍ରାହୀ, ସଞ୍ଜୟ ବିଶ୍ୱାଳ, ଟଙ୍କଧର ପ୍ରଧାନ, ସୁଧାଂଶୁ ବାଗ, ବରୁଣ ଦେହୁରୀ, ସରୋଜ ମିର୍ଦ୍ଧା, ଗୋଲୋକ ପ୍ରଧାନ, ବେଦପ୍ରକାଶ ବିଶ୍ୱାଳ, ଅରୁଣ ଦେହୁରୀ, ଦୀପକ ପ୍ରଧାନ, ପ୍ରେମାନନ୍ଦ ସାହୁ, ବିବେକ ଦେହୁରୀ, କିରଣ ପ୍ରଧାନ, ନନ୍ଦୁ ପ୍ରଧାନ, ରମେଶ ବିଶ୍ୱାଳ, ମାନସ ଅମାନ୍ତ, ଲିପୁନ ପ୍ରଧାନ, ବଂଟି ପ୍ରଧାନ, ଅଜିତ ପୁଡ଼େଇ, ମିକୁ ବିଶ୍ୱାଳ ଓ ଅଜିତ ବିଶ୍ୱାଳଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ରକ୍ତଦାନ ପାଇଁ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ଶିବିର ସଫଳ ଆୟୋଜନରେ ସମଗ୍ର ଜୁଜୁମୁରା ଅଂଚଳବାସୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande