ଓଡ଼ିଶାରେ ଏସଆଇଆର ଦାବି ଓ ଆପତି ଦାଖଲ ଅବଧି ୧୯ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ.)- ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଅଧୀନରେ ଚିଠା ଭୋଟର ତାଲିକା ଉପରେ ଦାବି ଓ ଆପତି ଦାଖଲ ପାଇଁ ସମୟସୀମାକୁ ଭାରତ ନିର୍ବାଚନ ଆୟୋଗ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ଆଧିକାରିକ ବିଜ୍ଞପ୍ତି ଶନିବାର ଗୃହ
ଓଡ଼ିଶାରେ ଏସଆଇଆର ଦାବି ଓ ଆପତି ଦାଖଲ ଅବଧି ୧୯ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି


ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ.)- ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଅଧୀନରେ ଚିଠା ଭୋଟର ତାଲିକା ଉପରେ ଦାବି ଓ ଆପତି ଦାଖଲ ପାଇଁ ସମୟସୀମାକୁ ଭାରତ ନିର୍ବାଚନ ଆୟୋଗ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ଆଧିକାରିକ ବିଜ୍ଞପ୍ତି ଶନିବାର ଗୃହ (ନିର୍ବାଚନ) ବିଭାଗ ପକ୍ଷରୁ ଓଡ଼ିଶା ଗେଜେଟ୍ ରେ ପ୍ରକାଶ ପାଇଛି।

୦୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲିଥିବା ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପାଇଁ ଭାରତ ନିର୍ବାଚନ ଆୟୋଗ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା, ଯୋଗ୍ୟ ଭୋଟରଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଏବଂ ଦାବି ଓ ଆପତି ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ ଓ ଅନ୍ତର୍ଭୂକ୍ତିମୂଳକ କରିବା ଉଦ୍ଦେଶ୍ୟରେ ଏହି ସମୟ ବୃଦ୍ଧି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande