ଏଲ୍.ଏନ୍. କଲେଜରେ ସମ୍ବଲପୁରୀ ଦିବସ ପାଳିତ, ଭାଷା ଓ ସଂସ୍କୃତିର ପ୍ରଚାର ଉପରେ ଗୁରୁତ୍ୱ
Sambalpuri day in L.N.College
Sambalpuri day


ଝାରସୁଗୁଡ଼ା, ୦୧ ଅଗଷ୍ଟ (ହି.ସ.) - ସମ୍ବଲପୁରୀ ଭାଷା ସାହିତ୍ୟର ଆଦ୍ୟ ପୁରୋଧା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଜୟନ୍ତୀ ଅବସରରେ ଝାରସୁଗୁଡ଼ାସ୍ଥିତ ଏଲ୍.ଏନ୍. କଲେଜରେ ସମ୍ବଲପୁରୀ ଦିବସ ପାଳନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁମନ୍ତ କୁମାର ନାଏକଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଆ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଅଧ୍ୟାପକ ହିମାଂଶୁ ଶେଖର ମହାକୁରଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଝାରସୁଗୁଡ଼ା ପରି ବହୁଭାଷୀ ଅଂଚଳରେ ସମ୍ବଲପୁରୀ ଭାଷା, ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ଲୋକପ୍ରିୟତା ବୃଦ୍ଧି ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ପ୍ରାଧ୍ୟାପକ ବ୍ରଜେଶ କୁମାର ସାହୁ, ପ୍ରାଧ୍ୟାପିକା ଗୀତାରାଣୀ ଦିକ୍ଷୀତ, ପ୍ରାଧ୍ୟାପିକା ପୂର୍ଣ୍ଣିମାମୟୀ ଦାଶ ଓ ଅଧ୍ୟାପକ ଡ. ଲାଲଧାରୀ ସିଂ ସମ୍ବଲପୁରୀ ଭାଷା-ସାହିତ୍ୟର ବିକାଶ ଏବଂ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସମ୍ପର୍କରେ ମତ ପ୍ରକାଶ କରିଥିଲେ।

ପରବର୍ତୀ ପର୍ଯ୍ୟାୟରେ ଅଧ୍ୟାପକ ତପନ ସାହୁଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ବଲପୁରୀ ଭଜନ, ବକ୍ତୃତା ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande