କଦମପଡା ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ
ବଲାଙ୍ଗିର, 01 ଅଗଷ୍ଟ (ହି.ସ.) ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ “ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬” ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସର୍ବମୋଟ ୧୧୭ଟି ପ୍ରକଳ୍ପ ୧ମ ଶ୍ରେଣୀରୁ ଆରମ୍ଭ କରି +୨ ବିଜ୍ଞାନ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପ୍ରଦର୍ଶ
କଦମପଡା ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ

କଦମପଡା ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ

କଦମପଡା ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ

କଦମପଡା ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ

କଦମପଡା ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, 01 ଅଗଷ୍ଟ (ହି.ସ.)

ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ “ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬” ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସର୍ବମୋଟ ୧୧୭ଟି ପ୍ରକଳ୍ପ ୧ମ ଶ୍ରେଣୀରୁ ଆରମ୍ଭ କରି +୨ ବିଜ୍ଞାନ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପ୍ରଦର୍ଶନ କରିଥିଲେ । ବିଚାରକଙ୍କ ମଧ୍ୟରେ ଶାଶ୍ବତ ପଣ୍ଡା, ଦୈ।ଲତ୍ ମହାରଣା, ଦିବ୍ୟସିଂ ସାହୁ,ରାଜାରାମ ପୁରୋହିତ, ଇଲାମୟୀ ପଟ୍ଟନାୟକ,ଶିବପ୍ରସାଦ ତ୍ରିପାଠୀ,ଅରୁଣ କୁମାର ବେହାରୀ, ପ୍ରଦୀପ ରଣା,ରଜତ୍ କୁମାର ପାଣିଗ୍ରାହୀ,ଓ ସୁନୀଲ କୁମାର ରଥ ଆଦି ଉପସ୍ଥିତ ରହି ପ୍ରକଳ୍ପର ମୂଲ୍ୟାୟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବରୁ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ,ଗଣିତ ଓ ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ଓ ଗଣିତ ପତ୍ରବାଚନ, ବିଜ୍ଞାନ ଓ ଗଣିତ ପ୍ରୟୋଗ ତଥା ମୂର୍ତ୍ତିକଳା ଆଦିର ପ୍ରତିଯୋଗିତା ଶିଶୁ,ବାଲ,ଓ କିଶୋର ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପୁର୍ଣ୍ଣ ହୋଇସାରିଥିଲା । ବିଜ୍ଞାନ ପ୍ରମୁଖ ଗୁରୁଜୀ ସରୋଜ ମିଶ୍ର ଓ ସହ ପ୍ରମୁଖ ମୀନା ସରାଫଙ୍କର ତତ୍ତ୍ବାବଧାନରେ ଏହି ପ୍ରତିଯୋଗିତାଗୁଡିକର ଆୟୋଜିତ ହୋଇଥିଲା । ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲ,ଉପ ସଭାପତି ରବୀନ୍ଦ୍ର କୁମାର ପଣ୍ଡା ଓ ସଂପାଦକ ତରଣୀସେନ ପଟେଲ ଉପସ୍ଥିତ ରହି ପରିଚାଳନାରେ ସହାୟତା କରିଥିଲେ । ଗୁରୁମା ଭାରତୀ ସାହୁ ସଂଯୋଜନା ଓ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହିପରି ଭାବରେ ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ରଙ୍କ ତଦାରଖରେ କାର୍ଯ୍ୟକ୍ରମଟି ସଫଳତା ସହ ସମ୍ପୁର୍ଣ୍ଣ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande