୨୧୦ ଛାତ୍ରଛାତ୍ରୀଙ୍କ ଦ୍ବାରା ନୂତନ ଜ୍ଞାନକୌଶଳ ପ୍ରଦର୍ଶିତ
ଜୟପୁର, ୧ ଅଗଷ୍ଟ (ହି.ସ.)- ଜୟପୁର ଶାରଦା ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶନିବାର ଦିନ ଏକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ, ଗଣିତ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୧୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସର୍ବପ୍ରଥମେ
୨୧୦  ଛାତ୍ରଛାତ୍ରୀଙ୍କ ଦ୍ବାରା ନୂତନ ଜ୍ଞାନକୌଶଳ ପ୍ରଦର୍ଶିତ


ଜୟପୁର, ୧ ଅଗଷ୍ଟ (ହି.ସ.)- ଜୟପୁର ଶାରଦା ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶନିବାର ଦିନ ଏକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ, ଗଣିତ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୧୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସର୍ବପ୍ରଥମେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଚାନ୍ଦିଲି ଉଚ୍ଚ ବିଦ୍ୟାଳୟର ବିଶିଷ୍ଟ ଗଣିତ ଶିକ୍ଷକ ସନ୍ତୋଷ କୁମାର ଶତପଥୀ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେ ନିଜ ବକ୍ତବ୍ୟରେ ଶିଶୁଙ୍କୁ ବୈଜ୍ଞାନିକ ମାନସିକତା ରଖି ପ୍ରୟୋଗାତ୍ମକ ଚିନ୍ତାଧାରାର ବିକାଶ କରିବା ପାଇଁ ଉତ୍ସାହିତ କରିଥିଲେ । ଏହା ପରେ ବିଦ୍ୟାଳୟର ଶିଶୁ ଭଉଣୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଦିନିକିଆ କାର୍ଯ୍ୟକ୍ରମ କୋମଳମତି ଶିଶୁମାନଙ୍କୁ ସେମାନଙ୍କର ଶିକ୍ଷାଗତ ଓ ସୃଜନଶୀଳ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ସୁନ୍ଦର ମାଧ୍ୟମ ଯୋଗାଇ ଦେଇଥିଲା । ଏହି ପ୍ରଦର୍ଶନୀରେ ବିଜ୍ଞାନର ପରୀକ୍ଷାମୂଳକ ମଡେଲ, ଶିକ୍ଷାଭିତ୍ତିକ ସେମିନାର, ଗଣିତ ଆଲୋଚନାଚକ୍ର, କୁଇଜ୍ (ପ୍ରଶ୍ନୋତ୍ତର) ଏବଂ ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାନ ପାଇଥିଲା। ଏହି ବିଭିନ୍ନ ବର୍ଗର ପ୍ରତିଯୋଗିତା ପିଲାମାନଙ୍କୁ ନିଜର ପାଠ୍ୟପୁସ୍ତକ ଜ୍ଞାନକୁ ବାସ୍ତବ ଦୁନିଆର ପ୍ରୟୋଗାତ୍ମକ ଚିନ୍ତାଧାରାରେ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲା । ସ୍ଥାନୀୟ ଅଞ୍ଚଳର ୨୬ ଜଣ ଜଣାଶୁଣା ଶିକ୍ଷକ, କଲେଜ ଅଧ୍ୟାପକ ଓ ଗବେଷକମାନଙ୍କୁ ନେଇ ଗଠିତ ଏକ ବିଚାରକ ମଣ୍ଡଳୀ ବିଭିନ୍ନ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ମଡେଲ ଏବଂ ପ୍ରଦର୍ଶନର ମୂଲ୍ୟାଙ୍କନ କରିଥିଲେ । ଶେଷରେ ଏକ ଉଦଯାପନୀ ଓ ପୁରସ୍କାର ବିତରଣୀ ସମାରୋହ ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା, ଯେଉଁଠାରେ ଅତିଥିମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ନିଜ ନିଜ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଆଗାମୀ ବ୍ଲକ (ସଂକୁଳ) ସ୍ତରୀୟ ପ୍ରତିଯୋଗିତାରେ ବିଦ୍ୟାଳୟର ପ୍ରତିନିଧିତ୍ବ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ଏବଂ ସେବକ ସେବିକା ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande