ଶ୍ରେଷ୍ଠତା ସମ୍ମିଳନୀରେ ଏ ୧ ଗ୍ରେଡ ପ୍ରାପ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ପ୍ରଧାନ ଶିକ୍ଷକମାନଙ୍କ କର୍ମଶାଳା
ଖୋର୍ଦ୍ଧା, ୦୧ ଅଗଷ୍ଟ (ହି.ସ.) - ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ,ଖୋର୍ଦ୍ଧା ଦ୍ୱାରା ଆୟୋଜିତ ଶ୍ରେଷ୍ଠତା ସମ୍ମିଳନୀରେ ଏ ୧ ଗ୍ରେଡ ପ୍ରାପ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ପ୍ରଧାନ ଶିକ୍ଷକମାନଙ୍କ କର୍ମଶାଳା ଅନଷ୍ଠିତ ହୋଇଯାଇଛି । ଦକ୍ଷତା ବିକାଶ ଅନୁଷ୍ଠାନ, ଭୁବନେଶ୍ୱର ,
Sresthata


ଖୋର୍ଦ୍ଧା, ୦୧ ଅଗଷ୍ଟ (ହି.ସ.) - ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ,ଖୋର୍ଦ୍ଧା ଦ୍ୱାରା ଆୟୋଜିତ ଶ୍ରେଷ୍ଠତା ସମ୍ମିଳନୀରେ ଏ ୧ ଗ୍ରେଡ ପ୍ରାପ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ପ୍ରଧାନ ଶିକ୍ଷକମାନଙ୍କ କର୍ମଶାଳା ଅନଷ୍ଠିତ ହୋଇଯାଇଛି । ଦକ୍ଷତା ବିକାଶ ଅନୁଷ୍ଠାନ, ଭୁବନେଶ୍ୱର , ତରାବୋଇଠାରେ ଅନୁଷ୍ଠିତ ଶ୍ରେଷ୍ଠତା ସମ୍ମିଳନୀ ୨୦୨୬ ଉଦ୍ଘାଟନ ଉତ୍ସବରେ ଆବାହକ ସୋନମିକା ରାୟ , ଜିଲ୍ଲା ଶିକ୍ଷା ଅଧିକାରୀ,ଖୋର୍ଦ୍ଧା ପ୍ରଥମେ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଏହି ଉଦ୍ଘାଟନ ଉତ୍ସବରେ ସଭାପତି ଭାବେ ଜିଲ୍ଲାପାଳ ଅମୃତ ରୁତରାଜ , ମୁଖ୍ୟ ଅତଥିଭାବେ ପୃଥ୍ୱୀରାଜ ହରିଚନ୍ଦନ, ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ, ମୁଖ୍ୟ ବକ୍ତା ଭାବେ ପ୍ରଶାନ୍ତ କୁମାର ଜଗଦେବ, ବିଧାୟକ ଖୋର୍ଦ୍ଧା ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ସମ୍ମାନିତ ଅତଥିଭାବେ ବିଭୂତି ଭୂଷଣ ବଳବନ୍ତରାୟ, ବିଧାୟକ ଜଟଣୀ ଉପସ୍ଥିତ ରହି ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିବା ସହ ୧୮୨ ଜଣ ଏ ୧ ଗ୍ରେଡ ପ୍ରାପ୍ତ ଛାତ୍ରଛାତ୍ରୀ ତଥା ୧୦୦% ଉତୀର୍ଣ୍ଣ ହାର ଥିବା ବିଦ୍ୟାଳୟର ୨୧ ଜଣ ପ୍ରଧାନଶିକ୍ଷକମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ ପ୍ରେରଣା ଦେଇ ଶୃଙ୍ଖଳିତ ଜୀବନ ଶୈଳୀ କୁ ପ୍ରାଧାନ୍ୟ ଦେଇଥିଲେ ଓ ପ୍ରତି ଶୁଭ ଅବସରରେ ବୃକ୍ଷ ରୋପଣ କରିବା ସହ ଯତ୍ନ ନେବାକୁ କହିଥିଲେ । ସଭାପତି ଶ୍ରୀ ଋତୁରାଜ ଆତ୍ମ ଜୀବନ ମାଧ୍ୟମରେ ସଫଳ ହେବାକୁ ନିରବଛିନ୍ନ ପରିଶ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ସମ୍ମଳନୀର ପ୍ରଥମ ଅଧିବେଶନରେ ଶ୍ରେଷ୍ଠତା ସମ୍ମିଳନୀ ଉଦ୍ଘାଟନ, ' ଆମ ତାରକା- ସଫଳତାର କଥା ' ଉନ୍ମୋଚନ, ଏ ୧ ଗ୍ରେଡ ପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା କ୍ଷ ତତ୍ପରେ ଆସିଥିବା ପିତାମାତା ଓ ଅଭିଭାବକ, ଛାତ୍ରଛାତ୍ରୀଙ୍କ ସହ ଦକ୍ଷତା ବିକାଶ ଅନୁଷ୍ଠାନ କ୍ଷେତ୍ର ପରିଭ୍ରମଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ସମଗ୍ର ଜିଲ୍ଲାର ୨୯୧ ଜଣ ପ୍ରଧାନଶିକ୍ଷକଙ୍କ କର୍ମଶାଳା ଅନୁଷ୍ଠିତ ହୋଇଥିଲକ୍ଷ । ଉକ୍ତ ସଭାରେ ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦଶମ ଶ୍ରେଣୀ ନିମନ୍ତେ ଅଭିନବ ଓ ଉନ୍ନତ ଶୈକ୍ଷିକ କାର୍ଯ୍ୟକ୍ରମ (ଆରଏଆଇଏସଇ ) ୨.୦ ର ଉଦ୍ଘାଟନ କରାଯାଇଥିଲା । ସମଗ୍ର ଶିକ୍ଷାର ବିଭିନ୍ନ ଯୋଜନା, ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ଆଲୋଚିତ ହୋଇଥିଲା । ଏହି ଅଧିବେଶନରେ ୧୧ ଟି ବିଦ୍ୟାଳୟକୁ ବ୍ଲକ୍ ଶ୍ରେଷ୍ଠ ଶିକ୍ଷାର୍ଥୀ ପ୍ରାପ୍ତ ବିଦ୍ୟାଳୟ ଭାବେ,୨୧ ଟି ବିଦ୍ୟାଳୟ, ୧୦୦ % ପାସ୍ ହାସଲ କରିଥିବା ବିଦ୍ୟାଳୟ, ୭୭ ଟି ଏ୧ ହାସଲ କରିଥିବା ବିଦ୍ୟାଳୟକୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମି ବାଳା ପରିଡ଼ା ଓ ବିଜୟ ବେହେରାଙ୍କ ସହ ସରୋଜ କୁମାର ସିଂହ, ନକୁଳ କୁମାର ମଲ୍ଲିକ, ବିଭୁ ପ୍ରସାଦ ସେନାପତି, ଅଜୟ କୁମାର ବରାଡ଼,ତୋଫାନ କୁମାର ରାଉତରାୟ, ଶଙ୍କର ପ୍ରଧାନ, ପ୍ରିୟଙ୍କା ରଥ, ଯୁଧିଷ୍ଠିର ସାହୁ, ଗୀତାଞ୍ଜଳି ସାହୁ, ରେବତୀ ପଣ୍ଡା ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande