ପଟ୍ଟାମୁଣ୍ଡାଇର ବନ୍ୟା ଅଂଚଳ ପରିଦର୍ଶନ କଲେ ଉପଜିଲ୍ଲାପାଳ: ରିଲିଫ କାର୍ଯ୍ୟର କଲେ ସମୀକ୍ଷା
କେନ୍ଦ୍ରାପଡ଼ା, ୦୧ ଅଗଷ୍ଟ(ହି.ସ.) – ବନ୍ୟା ପ୍ରଭାବିତ ଲୋକଙ୍କୁ ତ୍ୱରିତ ସହାୟତା ଓ ରିଲିଫ ସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଏବଂ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ପଟ୍ଟାମୁଣ୍ଡାଇ ଅଂଚଳର ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକ ପରିଦର୍ଶନ କରି ବନ୍ୟା
ପଟ୍ଟାମୁଣ୍ଡାଇର ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ଉପଜିଲ୍ଲାପାଳ; ରିଲିଫ କାର୍ୟ୍ୟର କଲେ ସମୀକ୍ଷା..


କେନ୍ଦ୍ରାପଡ଼ା, ୦୧ ଅଗଷ୍ଟ(ହି.ସ.) – ବନ୍ୟା ପ୍ରଭାବିତ ଲୋକଙ୍କୁ ତ୍ୱରିତ ସହାୟତା ଓ ରିଲିଫ ସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଏବଂ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ପଟ୍ଟାମୁଣ୍ଡାଇ ଅଂଚଳର ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ଚାଲିଥିବା ରିଲିଫ କାର୍ଯ୍ୟର ସମୀକ୍ଷା କରିଥିଲେ। ଉଭୟ ଅଧିକାରୀ ସିଂହାଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ସିଂହାଗାଁ, ରାଉଳିଆଡ଼ିଆ ଓ କୃଷ୍ଣଦାସପୁର ଏବଂ ପେନ୍ଥପାଳ ଗ୍ରାମପଂଚାୟତ ଅନ୍ତର୍ଗତ ପେନ୍ଥପାଳ ଓ ଦାଣ୍ଡିସାହି ଗ୍ରାମ ପରିଦର୍ଶନ କରିଥିଲେ। ସେଠାରେ ବନ୍ୟା ପ୍ରଭାବିତ ପରିବାରମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ରିଲିଫ କାର୍ୟ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ପାନୀୟ ଜଳ ବୋତଲ, ଔଷଧ, ଶୁଖିଲା ଖାଦ୍ୟ ପ୍ୟାକେଟ୍ ଏବଂ ବ୍ଲିଚିଂ ପାଉଡର ବଂଟନ କରାଯାଇଥିଲା। ଏଥିସହ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ଜରୁରୀ ସେବାର ଉପଲବ୍ଧତା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଉପଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖିବା, ରିଲିଫ କାର୍ୟ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ କୌଣସି ପ୍ରଭାବିତ ପରିବାର ଯେପରି ସହାୟତାରୁ ବଂଚିିତ ନହୁଅନ୍ତି, ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ସମ୍ପୃକ୍ତ ଗ୍ରାମପଂଚାୟତର ରାଜସ୍ୱ ନିରୀକ୍ଷକ(ଆର୍.ଆଇ.), ସରପଂଚ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଉପସ୍ଥିତ ଥିଲେ। ସେମାନେ ବନ୍ୟା ପରିସ୍ଥିତିର ଆକଳନ, ରିଲିଫ ସାମଗ୍ରୀ ବଂଟନ ଏବଂ ପ୍ରଭାବିତ ପରିବାରଙ୍କ ନିକଟରେ ସରକାରୀ ସହାୟତା ସୁନିଶ୍ଚିତ କରିବାରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande