ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ
ବଲାଙ୍ଗିର, 01 ଅଗଷ୍ଟ (ହି.ସ.) ସ୍ଥାନୀୟ ରାମଗୋପାଳ ହିନ୍ଦୀ ହାଇସ୍କୁଲ ଠାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ ଅନୁଷ୍ଠିତ ହୋଇଥିଲା।ଓଷ୍ଟା ଜିଲ୍ଲା ସଭାପତି ପ୍ରଦୀପ ପୁଟେଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍
ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ

ବଲାଙ୍ଗିର, 01 ଅଗଷ୍ଟ (ହି.ସ.)

ସ୍ଥାନୀୟ ରାମଗୋପାଳ ହିନ୍ଦୀ ହାଇସ୍କୁଲ ଠାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ ଅନୁଷ୍ଠିତ ହୋଇଥିଲା।ଓଷ୍ଟା ଜିଲ୍ଲା ସଭାପତି ପ୍ରଦୀପ ପୁଟେଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ନୀଳମଣି ପୁରୋହିତ, ବ୍ରଜକିଶୋର ବିଶ୍ୱାଳ, ଅଶୋକ ମହାପାତ୍ର, ଆଶୁତୋଷ ରଥ,ସୁଧୀର ନାଏକ,ରଂଜିତା ମିଶ୍ର, ଆବାହକ କଲେଜ ସଂଘ ସୌମ୍ୟ ରଞ୍ଜନ ସାହୁ, ପ୍ରମୁଖ ଯୋଗଦେଇ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ କୁ ପେନସନ ଦାବୀ ପ୍ରଦାନ,ଅନୁଦାନ ଯୋଗ୍ୟ ୧୯୪ ବିଦ୍ୟାଳୟ କୁ ତୁରନ୍ତ ଅନୁଦାନ ପ୍ରଦାନ,ସପ୍ତମ ବେତନ କମିଶନ ରୁ ବଞ୍ଚିତ ବିଦ୍ୟାଳୟ ମାନଙ୍କର ସମସ୍ୟାର ସମାଧାନ, ଶୂନ୍ୟ ପଡ଼ିଥିବା ସ୍ଥାନରେ ଶିକ୍ଷକ ନିଯୁକ୍ତି କରିବା, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କୁ ଛଅଟି ନେସନାଲ ଇନକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ,ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ସ୍କିମ ର ପୁନଃ ପ୍ରଚଳନ, ଅବସର ସମୟ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ଓ ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂରୀକରଣ ଆଦି ଦାବିଗୁଡିକ ପୂରଣ କରି ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ନ୍ୟାୟ ଦେବାପାଇଁ ଶିକ୍ଷକ କର୍ମଚାରୀ ମାନେ ଏକତ୍ର ହେବା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଆଗାମୀ ଦିନରେ ଆନ୍ଦୋଳନରେ ଯୋଗଦେବା ପାଇଁ ଅନୁରୋଧ ଜଣାଇଥିଲେ।ଚଳିତ ଅଗଷ୍ଟ ମାସରେ ସରକାରଙ୍କର ମନମୁଖୀ ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ବିରୁଦ୍ଧରେ ପ୍ରସ୍ତୁତ ରଣନୀତି ଆଧାର ରେ ଆନ୍ଦୋଳନ କରିବା ନିତାନ୍ତ ଜରୁରୀ ବୋଲି ନିଜସ୍ୱ ବକ୍ତବ୍ୟ ମାଧ୍ୟମରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ପ୍ରକାଶ କରିଥିଲେ।ରାମଗୋପାଳ ହିନ୍ଦୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନବଘନ ସାହୁ ମଞ୍ଚାସୀନ ଥିଲେ।ଓଷ୍ଟା ଜିଲ୍ଲା ସମ୍ପାଦକ ତଥା ଏହି ସମିତିର ଆବାହକ ଶଙ୍କର ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ।କାର୍ଯ୍ୟକାରୀ ସଭାପତି ଅନିଲ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଓଷ୍ଟା ରାଜ୍ୟ ଉପସଭାପତି ସୁଧୀର ନାଏକ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ପାଖାପାଖି ୨୦୦ ଜଣ ଶିକ୍ଷକ ଯୋଗ ଦେଇଥିଲେ।ଶିକ୍ଷକ ଖଗେଶ୍ୱର ଷଡ଼ଙ୍ଗୀ,ସଞ୍ଜୟ ତ୍ରିପାଠୀ, ମନୋଜ ବେହେରା, ଅରବିନ୍ଦ ପ୍ରଧାନ,ସୁଶାନ୍ତ ଦାଶ,ସଂଜୀବ ପୁରୋହିତ, ବିନୋଦ ମହାପାତ୍ର,ଦିଲୀପ ପଧାନ,ଅମୂଲ୍ୟ ବେହେରା, ଗୋବିନ୍ଦ ବଗର୍ତ୍ତୀ ଶିକ୍ଷୟତ୍ରୀ ପ୍ରଣତି ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande