
ନୂଆପଡ଼ା,୧ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ପାଂଚ ଜଣ ୱାରେଂଟି ବୋଡ଼େନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖଇରା ଗ୍ରାମର ପ୍ରଭାକର ନାଗ(୨୭), ଦରଲୀପଡା ଗ୍ରାମର କମଳାକାନ୍ତ ମାଝି(୨୯), ଖଇରା ଗ୍ରାମର କୁନୁରାମ ଦଳ(୩୯) ଓ ପିଲାବାବୁ ଦଳ(୪୬), ବୋଡ଼େନ ଗ୍ରାମ ଲକ୍ଷ୍ମଣ ଦଣ୍ଡସେନା(୩୪) ଅଟନ୍ତି। ସମସ୍ତ ଅଭିଯୁକ୍ତ ବୋଡ଼େନ ଥାନା ଅଂଚଳର ବୋଲି ଜଣାପଡ଼ିଛି। ପରେ ସମସ୍ତଙ୍କୁ ଆଇନଗତ ପ୍ରକ୍ରିୟା ସମାପ୍ତ କରି ସ୍ଥାନୀୟ ଅଦାଲତରେ ହାଜର କରାଯିବା ସହ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ଆଇନ ଶୃଙ୍ଖଳା ଠିକ୍ କରିବା ପାଇଁ ଅଧିକ ପଦକ୍ଷେପ ନିଆଯିବ ବୋଲି ବୋଡ଼େନ ଥାନା ଅଧିକାରୀ ଧର୍ମେନ୍ଦ୍ର ଭୁଏ ପ୍ରକାଶ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ