ସମ୍ବଲପୁରୀ ଦିନ୍' ସମାରୋହରେ ଜାତୀୟ ସ୍ତରର ଦିବ୍ୟାଙ୍ଗ କ୍ରିକେଟରଙ୍କୁ ମୋଟରଚାଳିତ ସ୍ପୋର୍ଟସ ହୁଇଲ ଚେୟାର ବଣ୍ଟନ
Wheel mortor cycle distribution
Distribution


ଝାରସୁଗୁଡ଼ା, ୧ ଅଗଷ୍ଟ (ହି.ସ.)- ଏମ.ସି.ଏଲ ଅଡିଟୋରିୟମ ପରିସରରେ ସମ୍ବଲପୁରୀ ଦିନ୍ ପାଳିତ ହୋଇଯାଇଛି। ଏହି ସଂସ୍କୃତି ଓ ସ୍ୱାଭିମାନର ମହାପର୍ବ ଅବସରରେ ଜିଲ୍ଲାର ପ୍ରତିଭାବାନ ଦିବ୍ୟାଙ୍ଗ କ୍ରିକେଟରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୩ ଜଣ ଜାତୀୟ ସ୍ତରର ଦିବ୍ୟାଙ୍ଗ କ୍ରିକେଟ ଖେଳାଳିଙ୍କୁ ମୋଟରଚାଳିତ ସ୍ପୋର୍ଟସ ହୁଇଲ ଚେୟାର ବଣ୍ଟନ କରାଯାଇଛି। ଏହି ସମାରୋହରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ଖେଳାଳିମାନଙ୍କୁ ଏହି ଆଧୁନିକ ସ୍ପୋର୍ଟସ ହୁଇଲ ଚେୟାର ପ୍ରଦାନ କରିଥିଲେ। ଏହି ଅବସରରେ ଜାତୀୟ ସ୍ତରୀୟ ଦିବ୍ୟାଙ୍ଗ କ୍ରିକେଟର ମୁନା ଧୁରୁଆ, ଶଙ୍କର ବୁଦୁଲା ଏବଂ ରୁଦ୍ରଦେବ ସାଙ୍କୁ ଏହି ମୋଟରଚାଳିତ ସ୍ପୋର୍ଟସ ହୁଇଲ ଚେୟାର ହସ୍ତାନ୍ତର କରାଯାଇଥିଲା। ନିଜର ଆବେଗ ଓ କ୍ରୀଡ଼ା ପ୍ରତି ଥିବା ସମର୍ପଣ ଯୋଗୁଁ ଏହି ତିନି ଜଣ ଖେଳାଳି ସମାଜ ପାଇଁ ଉଦାହରଣ ସାଜିଛନ୍ତି।

କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାଏକ ଏବଂ ବିଭାଗୀୟ କର୍ମଚାରୀବୃନ୍ଦ ଉପସ୍ଥିତ ରହି ସମଗ୍ର ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande