ବାଙ୍କସାହି ଘାଇ ଅଂଚଳରେ ବ୍ୟାପକ ଧାନ ଓ ପନିପରିବା ଚାଷ ନଷ୍ଟ : କ୍ଷତି ପୁରଣ ଦାବି କଲେ ଚାଷୀ
ଧର୍ମଶାଳା,୧ ଅଗଷ୍ଟ(ହି.ସ.) - ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ତଳେ ରହି ଥିଲେ ମଧ୍ୟ ଏବେ ବିଭିନ୍ନ ଅଂଚଳ ଜଳମଗ୍ନ ରହିଛି । ବିଶେଷ କରି ଘାଇ ଅଂଚଳର ଲୋକେ ବେଶ୍ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ବର୍ଷକର ରୋଜଗାର ଉଜୁଡି ଯାଇଛି । ବରୀ ନିର୍ବାଚନ ମଣ୍ଡଳୀ କୁମ୍ଭୀରିଆପାଳ ପଂଚାୟତ ବାଙ୍କସ
ବାଙ୍କସାହି ଘାଇ ଅଂଚଳରେ ବ୍ୟାପକ ଧାନ ଓ ପନିପରିବା ଚାଷ ନଷ୍ଠ : କ୍ଷତି ପୁରଣ ଦାବି କଲେ ଚାଷୀ


ଧର୍ମଶାଳା,୧ ଅଗଷ୍ଟ(ହି.ସ.) - ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ତଳେ ରହି ଥିଲେ ମଧ୍ୟ ଏବେ ବିଭିନ୍ନ ଅଂଚଳ ଜଳମଗ୍ନ ରହିଛି । ବିଶେଷ କରି ଘାଇ ଅଂଚଳର ଲୋକେ ବେଶ୍ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ବର୍ଷକର ରୋଜଗାର ଉଜୁଡି ଯାଇଛି । ବରୀ ନିର୍ବାଚନ ମଣ୍ଡଳୀ କୁମ୍ଭୀରିଆପାଳ ପଂଚାୟତ ବାଙ୍କସାହି ନିକଟରେ ବ୍ରାହ୍ମଣୀ ନଦୀରେ ୨ଶହ ଫୁଟ୍ ଘାଇ ସୃଷ୍ଟି ହୋଇଥିଲା । ଫଳରେ ସ୍ଥାନୀୟ ଅଂଚଳର ଲୋକଙ୍କ ଘରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ସେମାନଙ୍କ ବର୍ଷକର ରୋଜଗାର ଉଜୁଡି ଯାଇଛି । ବାଙ୍କସାହି ସମେତ ସ୍ଥାନୀୟ ଅଂଚଳର ଲୋକେ ହେକ୍ଟର ହେକ୍ଟର ଜମିରେ ଚାଷ କାର୍ଯ୍ୟ କରି ବର୍ଷ ତମାମ ପରିବାର ପ୍ରତିପୋଷଣ କରିଥାନ୍ତି । ଚାଷ ଉପରେ ନିର୍ଭର କରି କ୍ଷେତରେ ଧାନ ଓ ପନିପରିବା ଚାଷ କରିଥିଲେ । ଚାଷ ଜମିରେ ବନ୍ୟା ଜଳ ମାଡି ଯିବା ସହିତ କ୍ଷେତରେ ନଦୀ ବନ୍ଧ ଓ ବିଭିନ୍ନ ରାସ୍ତାରୁ ଗୋଡି ପଥର ଖସି ଆସି ଜମା ହୋଇଥିବା ବେଳେ ଏବେବି କ୍ଷେତରେ ୫ଫୁଟ ଉଚ୍ଚ ପାଣି ଜମା ହୋଇଛି । ବନ୍ୟା ଜଳ ନିଷ୍କାସନ ହେବା ନେଇ କୌଣସି ବ୍ୟବସ୍ଥା ନ ଥିବାରୁ ଏଠାରେ ଧାନ ଓ ପନିପରିବା ଚାଷ ସମ୍ପୁର୍ଣ୍ଣ ଉଜୁଡି ଯିବା ସମ୍ଭାବନା ରହିଛି । ଯାହାକି ଏବେ ଚାଷୀ ମୁଣ୍ଡରେ ଚଡକ ପଡିଛି । ସେପଟେ ସରକାରଙ୍କ ପକ୍ଷରୁ କୌଣସି କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ । ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ସରକାରୀ ସହାୟତା ପ୍ରଦାନ କରିବାକୁ ଅଂଚଳର ଅଗ୍ରଣୀ ଚାଷୀ ଦେବେନ୍ଦ୍ର ସ୍ୱାଇଁ,ଭରତ ଚନ୍ଦ୍ର ସ୍ୱାଇଁ,ପର୍ଶ୍ୟୁରାମ ସ୍ୱାଇଁ,ଭଗବାନ ସାହୁ,ଅର୍ଜ୍ଜୁନ ରାଉତ, କାଳନ୍ଦୀ ସାହୁ,ପଦନ ସାହୁ,ଧ୍ରୃବ ସ୍ୱାଇଁ ଓ ମଦନ ବାହାଲିଆ ପ୍ରମୁଖ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande