
ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ସମ୍ବଲପୁରୀ ଦିନ
ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁରୀ ଦିନ ତଥା
ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମର
ସମ୍ବଲପୁରୀ ଭାଷା, ସଂସ୍କୃତି, ଲୋକକଳା, ଲୋକଗୀତ, ନୃତ୍ୟ, ହସ୍ତତନ୍ତ ବୁଣାକାର୍ଯ୍ୟ ଓ ପରମ୍ପରା ଆମର ଗୌରବ ଏବଂ ପରିଚୟ। ପିଢ଼ି
ପରେ ପିଢ଼ି ଧରି ଏହି ସମୃଦ୍ଧ ଐତିହ୍ୟ ଆମକୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଏବଂ ସାରା
ବିଶ୍ୱରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆସନ୍ତୁ ଏହି ଶୁଭ ଅବସରରେ ଆମର ଐତିହ୍ୟ, ଆମର ଗୌରବ ଓ ଆମର ପରିଚୟକୁ ଆହୁରି ସମୃଦ୍ଧ କରିବାର ସଂକଳ୍ପ ନେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା