କଂଗ୍ରେସର ଲୋକପ୍ରିୟତା ବଢୁଛି, ଆମକୁ ଲୋକଙ୍କ ପାଖକୁ ପହଂଚିବାକୁ ପଡ଼ିବ -ଭକ୍ତ ଦାସ
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ)-ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ସଭା ଆୟୋଜିତ ହୋଇଯାଇଛି। ଏଥିରେ ଯୋଗଦେଇ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ଦଳର କର୍ମକର୍ତାଙ୍କୁ ଦଳକୁ କିପରି ମଜବୁତ କରି କ୍ରିୟାଶୀଳ କରାଯାଇ ପାରିବ ସେଇ ବିଷୟରେ ନିଜ ବ୍ୟକ୍ତବ୍ୟରେ କହିଥି
cong


ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ)-ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ସଭା ଆୟୋଜିତ ହୋଇଯାଇଛି। ଏଥିରେ ଯୋଗଦେଇ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ଦଳର କର୍ମକର୍ତାଙ୍କୁ ଦଳକୁ କିପରି ମଜବୁତ କରି କ୍ରିୟାଶୀଳ କରାଯାଇ ପାରିବ ସେଇ ବିଷୟରେ ନିଜ ବ୍ୟକ୍ତବ୍ୟରେ କହିଥିଲେ ଯେ, ପ୍ରତ୍ୟେକ କର୍ମକର୍ତା ନିଜ ଭିତରେ ମନାନ୍ତର ଓ ମତାନ୍ତର ଭୁଲି କେବଳ ଦଳପ୍ରତି ନିଷ୍ଠାବାନ ହୋଇ କାମ କରନ୍ତୁ ଏବଂ ଲୋକଙ୍କ ପାଖକୁ ଯାଇ ସଂଗଠନ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ।

ଏହି ସାଙ୍ଗଠନିକ ସଭାରେ ବିଧାୟକ ସିଏସ ରାଜନ ଏକ୍କା, ଓପିସିସି କୋଷାଧକ୍ଷ ସିଦ୍ଧାର୍ଥ ଦାଶ, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ସବୀର ହୁସେନ, ପୂର୍ବତନ ସଭାପତି ଜ୍ଞାନ ଦାସ, ଅନେକ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମକର୍ତା ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande