
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ)- ରାଜ୍ୟରେ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ସବୁ ଘାଇ ୭ ଦିନ ଭିତରେ ମରାମତି ହେବ। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି
ମୌସୁମୀ ପୂର୍ବରୁ ସମସ୍ତ ନଦୀ ବନ୍ଧର ଯାଂଚ ହୋଇଥିଲା। ଚଳିତ ବର୍ଷ ଆକଳନ ବାହାରେ ବର୍ଷା ହୋଇଛି। ବୈତରଣୀରେ ବିପଦ ସଂକେତ ଉପରେ ପାଣି ଯୋଗୁଁ ଘାଇ ସୃଷ୍ଟି ହୋଇଛି। ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା