ବନ୍ୟା ଦ୍ୱାରା ପ୍ରଭାବିତ ପ୍ରାଣୀ ସମ୍ପଦ, ୯ ଟି ଜିଲ୍ଲାରେ ଖୋଲା ଯାଇଛି ପ୍ରାଣୀ ଆଶ୍ରୟସ୍ଥଳୀ
ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.) - ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଗୃହପାଳିତ ପଶୁସମ୍ପଦଙ୍କ ସୁରକ୍ଷା, ଜରୁରୀ ଚିକିତ୍ସା ଏବଂ ଗୋ-ଖାଦ୍ୟ ଯୋଗାଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଇଛି।ରାଜ୍ୟର ୯ଟି ଜିଲ୍ଲାର ୪୫ଟି ବ୍ଲକ୍, ୩୯୮ଟି ଗ୍ରାମ ପଞ୍ଚାୟତ ଓ ୧,୩୪୧ଟି ଗ୍
ବନ୍ୟା ଦ୍ୱାରା ପ୍ରଭାବିତ     ପ୍ରାଣୀ ସମ୍ପଦ, ୯ ଟି ଜିଲ୍ଲାରେ ଖୋଲା       ଯାଇଛି ପ୍ରାଣୀ ଆଶ୍ରୟସ୍ଥଳୀ


ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.) - ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଗୃହପାଳିତ ପଶୁସମ୍ପଦଙ୍କ ସୁରକ୍ଷା, ଜରୁରୀ

ଚିକିତ୍ସା ଏବଂ ଗୋ-ଖାଦ୍ୟ ଯୋଗାଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଇଛି।ରାଜ୍ୟର ୯ଟି

ଜିଲ୍ଲାର ୪୫ଟି ବ୍ଲକ୍, ୩୯୮ଟି ଗ୍ରାମ ପଞ୍ଚାୟତ ଓ ୧,୩୪୧ଟି ଗ୍ରାମର ପ୍ରାୟ ୪,୮୮,୮୬୮

ପଶୁସମ୍ପଦ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ବିପଦ ସମୟରେ ପ୍ରାଣୀସମ୍ପଦ ବିଭାଗ

ଦ୍ୱାରା ୫୮ଟି ରାପିଡ୍ ରେସପନ୍ସ ଟିମ୍ ନିୟୋଜିତ କରାଯାଇ ୨୪୫ଟି ପ୍ରାଣୀ ସ୍ୱାସ୍ଥ୍ୟ ଶିବିର

ମାଧ୍ୟମରେ ୧୫,୧୭୯ଟି ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଏହାସହିତ ବନ୍ୟା

ପୂର୍ବରୁ ୬,୪୬,୮୨୫ ଏବଂ ବନ୍ୟା ପରବର୍ତ୍ତୀ ସମୟରେ ୧୧,୮୦୦

ଗୃହପାଳିତ ପଶୁଙ୍କୁ ଟିକାକରଣ କରାଯାଇ ସଂକ୍ରମଣରୁ ସୁରକ୍ଷିତ ରଖାଯାଇଛି।

ଅନ୍ୟପଟେ ବନ୍ୟାଞ୍ଚଳରେ

ପଶୁଖାଦ୍ୟର ଅଭାବ ପୂରଣ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩୧ ଜୁଲାଇ ସୁଦ୍ଧା ବିଭାଗକୁ ମିଳିଥିବା ୨୬୩.୭ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ

ମଧ୍ୟରୁ ୧୫୭.୩ ମେଟ୍ରିକ୍ ଟନ୍ ପ୍ରଭାବିତ ଅଞ୍ଚଳରେ ବିତରଣ ସରିଥିବା ବେଳେ ୧୩.୯ କ୍ୱିଣ୍ଟାଲ୍

ଶୁଖିଲା ଖାଦ୍ୟ, ୧୦ କ୍ୱିଣ୍ଟାଲ୍ କୁଣ୍ଡା ଏବଂ ୭୩.୨ କ୍ୱିଣ୍ଟାଲ୍ ସବୁଜ ଘାସ ସହାୟତା

ଭାବେ ପ୍ରଦାନ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଯେପରି ଗୋଟିଏ ହେଲେ ବି ପ୍ରାଣୀ ଉପବାସରେ ନ

ରହନ୍ତି କିମ୍ବା ବିନା ଚିକିତ୍ସାରେ ନ ରହନ୍ତି,

ସେଥିପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିରନ୍ତର ସେବା

ଯୋଗାଇଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande