
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ)- ବନ୍ୟା ସମୟରେ ପ୍ରାଣିସମ୍ପଦଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉନ୍ନୟନ ବିଭାଗ ପକ୍ଷରୁ ଏକ କେଂଟ୍ରାଲ ରୁମ୍ ଖୋଲାଯାଇଛି।
ବନ୍ୟା ପରିସ୍ଥିତିରେ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା, ଗୋ-ଖାଦ୍ୟ ଓ ଚିକିତ୍ସା ସମ୍ବନ୍ଧୀୟ ସହାୟତା ପାଇଁ କେଂଟ୍ରାଲ ରୁମ୍ ନମ୍ବର ୭୨୦୫୫୯୮୧୨୫କୁ ଯୋଗାଯୋଗ କରିପାରିବେ। ଏହି କଂଟ୍ରୋଲ ରୁମ୍ ସକାଳ ୮ରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା