ବନ୍ୟାଂଚଳରେ ଗ୍ରାମ୍ୟ ସଂଯୋଗ ପୁନଃସ୍ଥାପନ କାର୍ଯ୍ୟ ତ୍ୱରାନ୍ୱିତ
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ)- ସାମ୍ପ୍ରତିକ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଗ୍ରାମ୍ୟ ସଡ଼କ ଓ ଅନ୍ୟାନ୍ୟ ଯୋଗାଯୋଗ ଭିତିଭୂମିର ତ୍ୱରିତ ପୁନରୁଦ୍ଧାରକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଗ୍ରାମାଂଚଳରେ ଯାତାୟାତ ବ୍ୟବସ୍ଥାକୁ ଯଥାଶୀଘ୍ର ସ୍ୱାଭାବିକ କରିବା ଲକ୍ଷ୍ୟରେ ଗ୍ରାମ୍ୟ ଉନ୍
yu


ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ)- ସାମ୍ପ୍ରତିକ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଗ୍ରାମ୍ୟ ସଡ଼କ ଓ ଅନ୍ୟାନ୍ୟ ଯୋଗାଯୋଗ ଭିତିଭୂମିର ତ୍ୱରିତ ପୁନରୁଦ୍ଧାରକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଗ୍ରାମାଂଚଳରେ ଯାତାୟାତ ବ୍ୟବସ୍ଥାକୁ ଯଥାଶୀଘ୍ର ସ୍ୱାଭାବିକ କରିବା ଲକ୍ଷ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ସଡ଼କ ଓ ସେତୁର ମରାମତି ଓ ପୁନରୁଦ୍ଧାର ତ୍ୱରାନ୍ୱିତ କରାଯାଇଛି।

ବିଭାଗ ପକ୍ଷରୁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ କ୍ଷୟକ୍ଷତିର ତୁରନ୍ତ ଆକଳନ ସହ ଆବଶ୍ୟକ ମରାମତି କରି ଗ୍ରାମ୍ୟ ସଂଯୋଗକୁ ଶୀଘ୍ର ପୁନଃସ୍ଥାପିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତିକୁ ବିଭାଗ ପକ୍ଷରୁ ନିୟମିତ ଭାବେ ତଦାରଖ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande