ବନ୍ୟା ଅଂଚରେ ପିସିସି ପ୍ରତିନିଧି ଦଳ : ଘାଇସ୍ଥଳ ପରିଦର୍ଶନ କରିବା ସହିତ ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା
ଧର୍ମଶାଳା୧ ଅଗଷ୍ଟ(ହି.ସ.) - ବୈତରଣୀ ପରେ ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ପ୍ରଭାବିତ ହୋଇ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା । ଯାଜପର ଜିଲା ସବୁଆଡେ ପାଣି ଆଉ ପାଣି । ଅନେକ ଲୋକେ ଜଳବନ୍ଦୀ ରହିଥିବା ବେଳେ ଅନେକ ଲୋକେ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ଏବେ ନଦୀରେ ବିପଦ ସଙ୍କେତ ତଳେ ବନ୍ୟା
ବନ୍ୟା ଅଂଚରେ ପିସିସି ପ୍ରତିନିଧି ଦଳ : ଘାଇସ୍ଥଳ ପରିଦର୍ଶନ କରିବା ସହିତ ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା


ଧର୍ମଶାଳା୧ ଅଗଷ୍ଟ(ହି.ସ.) - ବୈତରଣୀ ପରେ ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ପ୍ରଭାବିତ ହୋଇ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା । ଯାଜପର ଜିଲା ସବୁଆଡେ ପାଣି ଆଉ ପାଣି । ଅନେକ ଲୋକେ ଜଳବନ୍ଦୀ ରହିଥିବା ବେଳେ ଅନେକ ଲୋକେ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ଏବେ ନଦୀରେ ବିପଦ ସଙ୍କେତ ତଳେ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ପନିପରିବା ଚାଷ ଉପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବନ୍ୟା ଜଳ କମି ଥିବାରୁ ଲୋକମାନଙ୍କୁ ଆଶ୍ୱସ୍ଥି ମିଳିଛି ସତ ନିଜ ଘରକୁ ଦେଖିଲେ ଓ ତୁହାକୁ ତୁହା ଲଗାଣ ବର୍ଷା ଲାଗି ରହିଥିବାରୁ ସେମାନଙ୍କ ଦୃର୍ଦ୍ଦଶା ଦ୍ୱିଗୁଣ ବଢି ଯାଇଛି । ବନ୍ୟା ଜଳର ପ୍ରଭାବରେ ମାଟି କାନ୍ଥ ଘର କଥା ନ କହିଲେ ସରେ । କାହାର ଘର କାନ୍ଥ ଗଳି ପଡିଥିବା ବେଳେ କାହାର ଘର ସମ୍ପୁଣ୍ଣ ଭୁଷୁଡି ପଡିଛି । ପ୍ରଶାସନ ତରଫରୁ ଅଦ୍ୟାବଧି ବନ୍ୟା ବିପନ୍ନ ପରିବାରଙ୍କୁ ଜରି ପାଲ ଖଣ୍ଡେ ଯୋଗାଇ ଦିଆ ନାହିଁ । ସେପେଟ ସବୁ ଆଡେ ମାଡି ଯାଇଥିବାରୁ ଗୃହପାଳିତ ପଶୁମାନେ ୩ଦିନ ହେବ ନଖାଇ ନପିଇ ପଡି ରହିଛନ୍ତି । ପ୍ରଶାସନ ତରଫରୁ ବନ୍ୟା ବିପନ୍ନ ପରିବାରଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଇଥିବା ବେଳେ ଗୃହପାଳିତ ପଶୁମାନଙ୍କୁ ଏର୍ପ୍ୟନ୍ତ ଗୋଖାଦ୍ୟ ଯୋଗାଇ ଦିଆ ଯାଇ ନାହିଁ । ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ କିମ୍ଭୀରିଆପାଳ ସମେତ ଚନ୍ଦନପୁର ଓ ଆରୁଆଳ ନିକଟରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଥିଲା । ଆଜି ପିସିସି ପ୍ରତିନିଧି ଦଳ ବନ୍ୟା ପ୍ରଭାବିତ ଅଂଚଳକୁ ପରିଦର୍ଶନ କରିଥିଲେ । ପ୍ରତିନିଧି ଦଳର ଅଧ୍ୟକ୍ଷ ତଥା ବାସୁଦେବପୁର ବିଧାୟକ ଅଶୋକ ଦାସଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳ ପ୍ରଥମେ କିମ୍ଭୀରିଆପାଳ ପଂଚାୟତସ୍ଥ ବାଙ୍କସାହିଠାରେ ସୃଷ୍ଟି ହୋଇଥିବା ଘାଇସ୍ଥଳ ପରିଦର୍ଶନ କରିଥିଲେ । ଏହା ସହିତ ବନ୍ୟା ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ । ତାଙ୍କ ସହିତ ଯାଜପୁର ଜିଲା ସଭାପତି ମାଗୁଣି ଚରଣ ଜେନାଙ୍କ ସମେତ ସ୍ଥାନୀୟ ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande