
ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ଆଜି ଫୁଲବାଣୀ
ସ୍ଥିତ ପଞ୍ଚାୟତ ଭବନରେ ଆୟୋଜିତ ଆତ୍ମନିର୍ଭରଶୀଳ ଭାରତ ଏବଂ ଉଦ୍ୟୋଗୀ
ଭାରତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ। ଏହି
କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ଜନତା ଓ ଉଦ୍ୟୋଗୀମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଉତ୍ସାହିତ
କରାଯାଇଥିଲା, ଯାହା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ
ସାବ୍ୟସ୍ତ ହେବା ।
ଏହି ଅବସରରେ ସାଂସଦ
କହିଛନ୍ତି ଯେ, କନ୍ଧମାଳ ଅଞ୍ଚଳର ଯୁବ ପିଢ଼ି ନିଜର ଉଦ୍ୟୋଗ ମାଧ୍ୟମରେ ସ୍ୱାବଲମ୍ବୀ ହୋଇ ନିଜ
ସହିତ ସମାଜର ଅନ୍ୟମାନଙ୍କୁ ମଧ୍ୟ ରୋଜଗାରର ସୁଯୋଗ ପ୍ରଦାନ କରନ୍ତୁ, ଏହା ମୋର
ଆନ୍ତରିକ କାମନା। ସ୍ୱାବଲମ୍ବୀ ଓ ସମୃଦ୍ଧ କନ୍ଧମାଳ ଗଠନ ଦିଗରେ ସମସ୍ତ ପ୍ରକାର ପ୍ରୟାସ ଆଗାମୀ
ଦିନରେ ମଧ୍ୟ ଜାରି ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା