ପୁରୀ-କୋରାପୁଟ ଟ୍ରେନ୍ କୁ ଜୟପୁର ଯାଏଁ ସଂପ୍ରସାରଣ ଦାବି
ଜୟପୁର, ୧ ଅଗଷ୍ଟ (ହି.ସ.)- ଗତ ମାସରୁ ଯାତ୍ରୀସେବା ଆରମ୍ଭ କରିଥିବା ପୁରୀ-କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ କୁ ଜୟପୁର ଯାଏଁ ସଂପ୍ରସାରଣ କରିବା ନେଇ ଦାବି ଉଠିଛି । ଏହି ଦାବିକୁ ଦୃଢ଼ତାର ସହ ଉଠାଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି । ସେ ଯୁକ୍ତି ଦର୍ଶାଇଛନ୍ତି ଯେ, ଏହି ଟ୍ରେନ୍ ଟି ସପ
ପୁରୀ-କୋରାପୁଟ ଟ୍ରେନ୍କୁ ଜୟପୁର ଯାଏଁ ସଂପ୍ରସାରଣ ଦାବି


ଜୟପୁର, ୧ ଅଗଷ୍ଟ (ହି.ସ.)- ଗତ ମାସରୁ ଯାତ୍ରୀସେବା ଆରମ୍ଭ କରିଥିବା ପୁରୀ-କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ କୁ ଜୟପୁର ଯାଏଁ ସଂପ୍ରସାରଣ କରିବା ନେଇ ଦାବି ଉଠିଛି । ଏହି ଦାବିକୁ ଦୃଢ଼ତାର ସହ ଉଠାଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି । ସେ ଯୁକ୍ତି ଦର୍ଶାଇଛନ୍ତି ଯେ, ଏହି ଟ୍ରେନ୍ ଟି ସପ୍ତାହରେ ତିନି ଦିନ ସେବା ଦେଉଛି ତାହା ପୁଣି କୋରାପୁଟ ଷ୍ଟେସନ୍ ଠାରୁ ଅବେଳରେ । ଟ୍ରେନ୍ ଟିର କୋରାପୁଟରେ ପହଂଚିବା ସମୟ ରାତ୍ର ୧୧.୩୦ମି ରହିଥିବା ବେଳେ ଯେଉଁ ଯାତ୍ରୀମାନେ ନବରଙ୍ଗପୁର, ମାଲକାନଗିରି ଜିଲ୍ଲା ସହ ଜୟପୁର ଆସୁଥିବେ ରାତ୍ରରେ ଓହ୍ଲାଇ କେଉଁଠି ଏବଂ କେଉଁ ସାଧନରେ ଷ୍ଟେସନ୍ ରୁ ଫେରିବେ, ସେ ସଂପର୍କରେ ରେଳ ବିଭାଗ ଚିନ୍ତା କରିବାର ଥିଲା । ତତ୍ସହ ଏହା ପୁରୀ ଅଭିମୁଖେ ବାହାରିବାର ସମୟ ମଧ୍ୟ ସକାଳ ୫ଟା ଥିବାବେଳେ କିଭଳି ଜୟପୁର ଯାତ୍ରୀ ଷ୍ଟେସନ୍ ରେ ପହଂଚିବେ ବୋଲି ପ୍ରଶ୍ନ କରିଛନ୍ତି । ତୁରନ୍ତ ଏହାକୁ ଜୟପୁର ଯାଏଁ ସଂପ୍ରସାରଣ କରିବାକୁ ସେ ଦାବି ରଖିବା ସହ ଏହା ମାଧ୍ୟମରେ ନବରଙ୍ଗପୁର ଏବଂ ମାଲକାନଗିରି ଯାତ୍ରୀ ଉପକୃତ ହେବେ ବୋଲି ସେ କହିଛନ୍ତି । ତତ୍ସହ ସେ ଦର୍ଶାଇଛନ୍ତି ଯେ, ଆମ ଅବିଭକ୍ତ ଜିଲ୍ଲାକୁ ଦିନ ବେଳା ପୁରୀ ଟ୍ରେନ୍ ଆବଶ୍ୟକ ଥିଲା । କିନ୍ତୁ ତାହା ନୁହଁ ଯେ, ଏହା ସପ୍ତାହରେ ତିନି ଦିନ ଚାଲିବ । ତୁରନ୍ତ ରେଳ ବିଭାଗ ଏହାକୁ ଦୈନିକ ଘୋଷଣା ସହ ପୁରୀ ଛାଡ଼ିବା ସମୟ ସକାଳ ୭ଟା ପରିବର୍ତେ ଭୋର୍ ୪ଟା କରିବାକୁ ସେ କହିଛନ୍ତି । ଯଦ୍ୱାରା ଟ୍ରେନ୍ ଟି ରାତ୍ର ୮ଟାରେ କୋରାପୁଟରେ ପହଂଚିଲେ ଯାତ୍ରୀମାନଙ୍କ ସୁବିଧା ହେବ ବୋଲି ସେ ଯୁକ୍ତି ରଖିଛନ୍ତି । ଏହି ଦାବିକୁ ଯଦି ବିଚାରକୁ ନ ନିଆଯାଏ ତେବେ ଟ୍ରେନ୍ ର ସୁଫଳ ଲୋକେ ପାଇବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande