
ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ବାଲ ଗଙ୍ଗାଧର
ତିଲକଙ୍କ ପୁଣ୍ୟତିଥିରେ ତାଙ୍କୁ ପ୍ରଣାମ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ
ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ
ପୁଣ୍ୟତିଥି ଅବସରରେ କୋଟି କୋଟି ପ୍ରଣାମ ଜଣାଉଛି । 'ସ୍ୱରାଜ ମୋର ଜନ୍ମସିଦ୍ଧ ଅଧିକାର'ର ମହାନ ବାର୍ତ୍ତା ଦେଇ ଦେଶବାସୀଙ୍କ ମନରେ ଜାତୀୟ ଚେତନା ସଞ୍ଚାର
କରିଥିବା ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଆଦର୍ଶ ଚିରକାଳ ପ୍ରେରଣାଦାୟୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା