ଦଶମ ଶ୍ରେଣୀ ଛାତ୍ର ହତ୍ୟା ମାମଲା, ଦୋଷିକୁ ଗିରଫ ଦାବିରେ ପୁଣି ରାସ୍ତା ଅପରୋଧ
ଜୟପୁର, ୦୧ ଅଗଷ୍ଟ (ହି.ସ.) - କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟ ଠାରେ ଜଣେ ଦଶମ ଶ୍ରେଣି ଛାତ୍ର ମହେଶ ବାଘ ହତ୍ୟା ମାମଲା ରେ ପୁଣି ଆଜି ରାସ୍ତା ଅବରୋଧ କରାଯାଇଛି । ମୃତ ଛାତ୍ରର ଶବ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପରେ
ଦଶମ ଶ୍ରେଣୀ ଛାତ୍ର ହତ୍ୟା ମାମଲା ,   ଦୋଷିକୁ ଗିରଫ ଦାବିରେ ପୁଣି  ରାସ୍ତା  ଅବରୋଧ


ଜୟପୁର, ୦୧ ଅଗଷ୍ଟ (ହି.ସ.) - କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟ ଠାରେ ଜଣେ ଦଶମ ଶ୍ରେଣି ଛାତ୍ର ମହେଶ ବାଘ ହତ୍ୟା ମାମଲା ରେ ପୁଣି ଆଜି ରାସ୍ତା ଅବରୋଧ କରାଯାଇଛି । ମୃତ ଛାତ୍ରର ଶବ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପରେ ଶବ କୁ ପୁଣି ବାରିଣିପୁଟ ଫାଣ୍ଡି ନିକଟରେ ଜାତୀୟ ରାଜପଥରେ ରଖି ରାସ୍ତା ଅବରୋଧ କରାଯାଇଛି । ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି । ଦୋଷି ମାନଙ୍କୁ ଗିରଫ ଦାବିରେ ଶବ ରଖି ରାସ୍ତା ରୋକ କରାଯାଇଛି । ସେ ମାନଙ୍କୁ ତୁରନ୍ତ ଗରିଫ କରିବାକୁ ପ୍ରତିଶ୍ରୃତି ଦେବାରୁ ରାସ୍ତା ରୋକରୁ ଓହରିଥିଲେ । ଧାରଣା ସ୍ଥଳରେ ଜୟପୁର ତହସିଲଦାର ସବ୍ୟସାତି ଜେନା, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଅବରୋଧ କାରିଙ୍କୁ ବୁଝା ସୁଝା କରିଥିଲେ । ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟ ସ୍ଥିତ ଯୋଜନା ଉଚ୍ଚ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଛୁଟି ବେଳେ ବିଦ୍ୟାଳୟ ବାହାରେ ଜଣେ ଅଣ ଛାତ୍ର ଓ ସ୍କୁଲ ରେ ପଡୁଥିବା ଛାତ୍ର ଙ୍କ ଭିତରେ କୌଣସି କାରଣରୁ ବଚସା ହେବାରୁ ଅଣ ଛାତ୍ର ଜଣକ ଧାରୁଆ ମାରାଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲା । ଗୁରୁତର ଦଶମ ଶ୍ରେଣି ଛାତ୍ର ମହେଶ ବାଘକୁ ନିକଟସ୍ଥ ଘରୋଇ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ମୃତ ହୋଇଥିଲା । ଅଭିଯୁକ୍ତ କୁ ଗିରଫ ଦାବି ସହ ନ୍ୟାୟ ଦାବିରେ ବାରିଣିପୁଟ ଫାଣ୍ଡି ସମ୍ମୁଖରେ ଜାତୀୟ ରାଜ ପଥ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଘଂଟା ଘଂଟା ଧରି ରାସ୍ତାରେ ଗାଡି ଅଟକି ରହିଥିଲା। ଏନେଇ ଜୟପୁର ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande