
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ.)- ସମନ୍ୱିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ଏକ ବୃହତ ଜଳସେଚନ ପ୍ରକଳ୍ପ ଯେଉଁଥରେ ବୈତରଣୀ ନଦୀ ଉପରେ ଆନନ୍ଦପୁର ବ୍ୟାରେଜ ଓ ଏହାର ବିତରଣ ପ୍ରଣାଳୀ ର ନିର୍ମାଣ ଦ୍ୱାରା କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ୬୦୦୦୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ତେବେ ଜମି ଅଧୂଗ୍ରହଣରେ ବିଳମ୍ବ କୁ ଦୃଷ୍ଟି ରେ ରଖି ଉନ୍ମୁକ୍ତ କେନାଲ ପ୍ରଣାଳୀରେ ହେବାକୁ ଥିବା ଅବଶିଷ୍ଟ ୫୭୦୦୦ ହେକ୍ଟର ଚାଷଜମିର ଜଳବଂଟନ ବ୍ୟବସ୍ଥାକୁ ବର୍ତମାନ ଭୂତଳ ପାଇପଲାଇନ (ମାଧ୍ୟାକର୍ଷଣ ପ୍ରବାହ)ବ୍ୟବସ୍ଥା ମାଧ୍ୟମରେ ୯ ଗୋଟି ସ୍ୱାକେଜ ରେ କରାଯିବାର ପ୍ରସ୍ତାବ କୁ ଅନୁମୋଦନ କରାଯାଇଛି। ଶନିବାର ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ଟ.୧୪୫,୭୦,୮୯,୮୦୨ (ଏକ ଶହ ପଇଁଚାଳିଶ କୋଟି ସତୁରୀ ଲକ୍ଷ ଅଣନବେ ହଜାର ଆଠ ଶହ ଦୁଇ ଟଙ୍କା) ଓ ୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବ୍ୟକ୍ଷଣନିମିତ ଟ.୭,୩୦,୦୦, ୧୯୯ (ସାତ କୋଟି ତିରିଶି ଲକ୍ଷ ଏକ ଶହ ଅନେଶତ ଟଙ୍କା ) ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ଚବିଶି ମାସ ମଧ୍ୟରେ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି ।
ଏହି ପ୍ରକଳ୍ପ ଶେଷ ହେବା ପରେ ବାଲେଶ୍ୱର ଜିଲ୍ଲାର ସୋରୋ ଓ ଓଉପଦା ର ୭୧୭୧.୭୭ ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ଯୋଗାଇ ଦେବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା