
Bhubaneswar, 01 ଅଗଷ୍ଟ (ହି.ସ.)
ଜୟପୁର
କୋରାପୁଟ ଜିଲା ଜୟପୁର ଟାଉନ ପୋଲିସ ଚୋରି ଓ ଲୁଟ ମାମଲାରେ ୫ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
। ଲୁଟ ମାମଲାରେ ଗୋପବନ୍ଦୁ ନଗରର ହେମନ୍ତ ଘୋଷ (୧୯) ଚୋରି ମାମଲା ଢେପଗୁଡାର ଏସ ନବିନ (୨୪) ଓ ଦିପକ ମହାନନ୍ଦିଆ (୨୬) ସମ୍ବାରତୋଟା ରପି ରାଜୁ (୪୮) ସହ ଜଣେ ନାବାଳକ ରହିଛନ୍ତି । । ଗିରଫ ଅଭିଯୁକ୍ତ ଠାରୁ ତମ୍ବାତାର ରଷ , ପିତ୍ତଳ ସାମଗ୍ରୀ, ମୋବାଇଲ ଜବତ କରିଛି । ପୋଲିସ ସୁଚନା ଚୋରି ୨୭ ତାରିଖ ବିକ୍ରମ ନଗରରେ ଚୋରି ହୋଇଥଲା । ଓ ଏନେଇ ୩୦ ତାରିଖ ରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ୩ ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ ନାବାଳକକୁ କାକୁ କରିଥିଲା । ଚୋରି ସାମଗ୍ରୀ ସବୁ ଜବତ କରି ୩ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳକକୁ ଜୁଭେଲାଇନ ଜଷ୍ଟିସ ବୋର୍ଡ ଙ୍କ ନିକଟରେ ହାଜର କରିଥିଲା । ସେହିପରି ଗତ ୨୯ ତାରିଖରେ ଜୟପୁର ଟ୍ରାଫିକ ଛକ ନିକଟରେ ମୋବାଇଲ ଓ ୨ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭି ଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିଲ ।ା ତଦନ୍ତ ରେ ଜାଣି ପୋଲିସ ଗୋପବନ୍ଦୁ ନଗରର ହେମନ୍ତ ଘୋଷ କୁ ଗିରଫ କରି ମୋବାଇଲ ଜବତ କରିଛି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି