ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବିଶେଷ ସତସଙ୍ଗ
ବାରିପଦା, ୨ ଅଗଷ୍ଟ (ହି.ସ.)- ବାରିପଦାର ମୁର୍ଗାବାଡି ନିକଟସ୍ଥ ଶିବମଣ୍ଡପ ଠାରେ ବାରିପଦା, ମୟୂରଭଞ୍ଜର ବେଣୁଧର ମହାରଣା, ସ.ପ୍ର.ର ଙ୍କ ସ୍ବର୍ଗାରୋହଣର ଚତୁର୍ଦ୍ଦଶ ଦିବସରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବିଶେଷ ସତସଙ୍ଗ ଅନୁଷ୍ଠିତ ହୋଇଥିଲା l ଏଥିରେ ମୟୂରଭଞ୍ଜ ଜିଲ୍ଲାର କୋଣ
ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବିଶେଷ ସତସଙ୍ଗ


ବାରିପଦା, ୨ ଅଗଷ୍ଟ (ହି.ସ.)- ବାରିପଦାର ମୁର୍ଗାବାଡି ନିକଟସ୍ଥ ଶିବମଣ୍ଡପ ଠାରେ ବାରିପଦା, ମୟୂରଭଞ୍ଜର ବେଣୁଧର ମହାରଣା, ସ.ପ୍ର.ର ଙ୍କ ସ୍ବର୍ଗାରୋହଣର ଚତୁର୍ଦ୍ଦଶ ଦିବସରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବିଶେଷ ସତସଙ୍ଗ ଅନୁଷ୍ଠିତ ହୋଇଥିଲା l ଏଥିରେ ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସ.ପ୍ର.ଶ, ଅଧର୍ଯ୍ଯୁ, ଯାଜକ, ଗୁରୁଭ୍ରାତା, ମାଆମାନେ, ଏହାସହିତ ଜିଲ୍ଲା ବାହାରୁ ଭବାନୀ ଶଙ୍କର ମାଇତି, ସ.ପ୍ର.ଋ, ନିରଞ୍ଜନ ରାଉତ, ସ.ପ୍ର.ଋ, ମହେଶ୍ବର ଚକ୍ର ଅଧର୍ଯ୍ଯୁ, ଦେଓଘର ଆଶ୍ରମରୁ ପରମ ପୂଜ୍ଯପାଦ ଶ୍ରୀ ଶ୍ରୀ ଆଚାର୍ଯ୍ଯ ଦେବ, ପୂଜନୀୟ ଅବିନଦାଙ୍କ ପୂତ ଆର୍ଶିବାଦକୁ ବହନ କରି ଖୋପେନ୍ଦ୍ର ସାହୁ ଭାଇ ଉପସ୍ଥିତ ହୋଇ ଶୋକ ସନ୍ତପ୍ତ ପରିବାରକୁ ଠାକୁରଙ୍କ ଆଶ୍ବାସନା ବାର୍ତ୍ତା ପ୍ରଦାନ କରିଥିଲେ l ରବୀନ୍ଦ୍ର ନାଥ ପାତ୍ର ସ.ପ୍ର.ଋ ଙ୍କ ପରିଚାଳନାରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା l ପ୍ରାତଃ ବିନତୀ ପ୍ରାର୍ଥନା ମୁକ୍ତିକାନ୍ତ ନାୟକ, ସ.ପ୍ର.ଋ, ଦୀପକ କୁମାର ଦାସ, ଅଧର୍ଯ୍ଯୁ ପବିତ୍ର ସତ୍ଯାନୁସରଣ, ସଞ୍ଜୟ କୁମାର ବେହେରା, ଅଧର୍ଯ୍ଯୁ ନାରୀର ନିତୀବାଣୀ ପାଠ କରିଥିଲେ l ଭଜନ ରାଧାକୃଷ୍ଣ ପ୍ରଧାନ, ଭୂବନେଶ୍ବରରୁ ଆଗତ ଅମୀର ପ୍ରଧାନ, ସମୀର ପ୍ରଧାନ, ଅମିତାଭ ସାମନ୍ତରାୟଙ୍କ କୋରସ, କିର୍ତ୍ତନ ଭକ୍ତମଣ୍ଡଳୀକୁ ଉଦବୁଦ୍ଦ୍ କରିଥିଲା l ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରା ସହିତ ଅମର ଆତ୍ମାର ସଦଗତି ତଥା ସ୍ମୃତିଚାରଣ କରିଥିଲେ ସ.ପ୍ର.ଋ ଗଣ ଯଥା ଗୋପବନ୍ଧୁ ନାୟକ (ସୋର), ନିଗମାନନ୍ଦ ପଟ୍ଟନାୟକ, ଭବେନ୍ଦ୍ର ନାଥ ଦାସ, ଖଗେନ୍ଦ୍ର ନାଥ ସାହୁ, ଚିତ୍ତରଞ୍ଜନ ଦାସ, ଭାଗିରଥି ମହାରଣା, ପ୍ରଫୁଲ ଗିରି। ଧନ୍ଯବାଦ ଅର୍ପଣ କରିଥିଲେ ତାଙ୍କ ଜ୍ଯେଷ୍ଠ ପୁତ୍ର ବିଶ୍ବରୂପ ମହାରଣା, ଯାଜକ, ବନ୍ଦେପୁରୁଷୋତ୍ତମମ୍ ଧ୍ବନୀ ପ୍ରଦାନ କରିଥିଲେ ବିଜ୍ଞାନ ଭୂଷଣ ମହାପାତ୍ର ସ.ପ୍ର.ଋ।ଏଥିରେ ଏକ ହଜାରରୁ ଅଧିକ ଭକ୍ତ ପ୍ରସାଦ ଗ୍ରହଣ କରିଥିଲେ l ଗୋଟିଏ ଭାଇ ସତମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥିଲେ l ଏହି ବିଶେଷ ସତସଙ୍ଗ ସମସ୍ତ ପରିବାର ସଦସ୍ଯ, ବନ୍ଧୁ ପରିଜନ, ବାରିପଦାର ସମସ୍ତ କର୍ମୀ ଓ ସକ୍ରିୟ ଗୁୁରୁଭ୍ରାତା, ପରିଚାଳନାକମିଟୀର ସଦସ୍ଯଙ୍କ ସହଯୋଗରେ ଖୁବ ସୁନ୍ଦର ଭାବରେ ପରିପାଳିତ ହୋଇଥିଲା l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande