ଫୁଲବାଣୀରେ ବର୍ଷା  କବିତା ଆସର ଅନୁଷ୍ଠିତ
Barsha Kabita Ashara in Phulbani
ଫୋଟ


କନ୍ଧମାଳ, ୨ ଅଗଷ୍ଟ (ହି.ସ.)- ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ଓ ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀର ମିଳିତ ଆନୁକୂଲ୍ୟରେ ବର୍ଷା କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ତଥା ବରିଷ୍ଠ ସାହିତ୍ୟିକ କୈଳାସ ଚନ୍ଦ୍ର ଧଳ ସ୍ୱାଗତ ଭାଷଣ ଦେଇଥିଲେ। କବି ଅସିତ ନନ୍ଦ ଓ ଧନପତି ଦିଗାଲ ଦୁହେଁ ପ୍ରାରମ୍ଭିକ ସ୍ୱାଗତ ଭଜନ ଗାନ କରିଥିଲେ। ପରେ ପରେ ଜବାହର ନବୋଦୟ ବିଦ୍ୟାଳୟର ଉପ - ଅଧ୍ୟକ୍ଷ ପଞ୍ଚାନନ ଜେନା, ବରିଷ୍ଠ ସାହିତ୍ୟିକ ନବୀନ କିଶୋର ପଣ୍ଡା, ସୁସାହିତ୍ୟିକ ଅଶୋକ କୁମାର ମିଶ୍ର, ଶିକ୍ଷାବିତ ଓ ସାହିତ୍ୟିକ ନବକିଶୋର ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାହିତ୍ୟରେ ବର୍ଷା ଉପରେ ଆଲୋଚନା କରିଥିଲେ।

କବି ଵି.କେ. କମଳଙ୍କ ସଂଯୋଜନାରେ ସର୍ବଶ୍ରୀ ଦୁର୍ଯ୍ୟୋଧନ ପ୍ରଧାନ, ନବ କିଶୋର ରଥ, ଡ ଚିତ୍ତରଞ୍ଜନ ମିଶ୍ର, ଯୁଝିଷ୍ଠିର ମହାନ୍ତି, ପୀତବାସ ସାହୁ, ଡ ପୁର୍ଣ୍ଣେନ୍ଦୁ ତ୍ରିପାଠୀ, ଶ୍ରୀପତି ନାୟକ, ଗୌରୀ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ମହାକୁଡ଼, ଆଶିଷ କୁମାର ବେହେରା, ତାପସ କୁମାର ହୋତା, ମୋହନ ଦିଗାଲ, ଡ ନୃସିଂହାନନ୍ଦ ମହାପାତ୍ର, କୁମୁଦିନୀ କହଁର, ଅସିତ ନନ୍ଦ, ଅଶୋକ କୁମାର ମିଶ୍ର, ରବୀନ୍ଦ୍ରନାଥ ମିଶ୍ର, ଧନପତି ଦିଗାଲ, ନବୀନ କିଶୋର ପଣ୍ଡା, କୈଳାସ ଚନ୍ଦ୍ର ଧଳ, ପୁଷ୍ପିତା ପଟ୍ଟନାୟକ, ପଞ୍ଚାନନ ଜେନା, ଵି. କେ. କମଳ ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande