


ସମ୍ବଲପୁର,୦୨, ଅଗଷ୍ଟ (ହି.ସ.) ଗତ ଚାରିଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରେଙ୍ଗାଳି ବ୍ଲକର ରେଙ୍ଗୁଲେଇ ପଞ୍ଚାୟତର ଜର୍ଲିରୁ କିନାଲୁଇ ପଞ୍ଚାୟତର ମାଣିକମୁଣ୍ଡାକୁ ସଂଯୋଗ କରୁଥିବା ରାସ୍ତାର ହିଲ୍ ପାର୍ଶ୍ୱ ଧସିଯାଇଛି। ଫଳରେ ଯାତାୟାତରେ ବାଧାପ୍ରାପ୍ତ ହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ପ୍ରକାଶ ପାଇଛି।
ଗ୍ରାମବାସୀଙ୍କ ଅଭିଯୋଗ ପରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ରବିବାର ଅପରାହ୍ନ ପ୍ରାୟ ୩ଟା ବେଳେ କ୍ଷତିଗ୍ରସ୍ତ ରାସ୍ତା ପରିଦର୍ଶନ କରିଥିଲେ। ପରିଦର୍ଶନ ପରେ ସେ ନିମ୍ନମାନର କାମ ହୋଇଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ରାସ୍ତାର ମରାମତି କରି ଯାତାୟାତ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ବିଧାୟକ ପ୍ରତିନିଧି ଗୋବର୍ଦ୍ଧନ ସାହୁ, ସ୍ଥାନୀୟ ଜନପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ