ଗୃହରକ୍ଷୀ ଓ ସାଥିଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ
ଜୟପୁର, ୦୨ ଅଗଷ୍ଟ(ହି.ସ.) – ଗୃହରକ୍ଷୀ ଏବଂ ତାଙ୍କ ସାଥିଙ୍କ ଉପରେ ହୋଇଥିବା ମରଣାତ୍ମକ ଛୁରାମାଡ଼ ଘଟଣାରେ ବୈପାରିଗୁଡା ପୋଲିସ ବଡ଼ ସଫଳତା ପାଇଛି। ଘଟଣାର ତଦନ୍ତ ପରେ ଆକ୍ରମଣରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଗତ ୨୫ ତାରିଖ ସନ୍ଧ୍ୟା ପ୍
ଗୃହରକ୍ଷୀ ଓ ସାଥିଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ,


ଜୟପୁର, ୦୨ ଅଗଷ୍ଟ(ହି.ସ.) – ଗୃହରକ୍ଷୀ ଏବଂ ତାଙ୍କ ସାଥିଙ୍କ ଉପରେ ହୋଇଥିବା ମରଣାତ୍ମକ ଛୁରାମାଡ଼ ଘଟଣାରେ ବୈପାରିଗୁଡା ପୋଲିସ ବଡ଼ ସଫଳତା ପାଇଛି। ଘଟଣାର ତଦନ୍ତ ପରେ ଆକ୍ରମଣରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ, ଗତ ୨୫ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପୂଜାରୀଘୁଡା ପଂଚାୟତର ଗୁମ୍ମା ଗ୍ରାମର ଗୃହରକ୍ଷୀ ପ୍ରସାଦ ପୂଜାରୀ ଏବଂ ତାଙ୍କ ସାଥି ଅମିତ୍ କୁମାର ମାଠିଆ ଏକ ଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ତିନି ଜଣ ଦୁର୍ବୃତ ସେମାନଙ୍କ ଉପରେ ଛୁରୀ ଓ ଲୁହା ପାଇପ୍ରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଉଭୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ପ୍ରଥମେ ବୈପାରିଗୁଡା ମେଡିକାଲକୁ ଏବଂ ପରେ ଅଧିକ ଚିକିତ୍ସା ପାଇଁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାର ସୂଚନା ପାଇ ବୈପାରିଗୁଡା ଥାନା ଆଇଆଇସି ଲକ୍ଷ୍ମୀ ନାରାୟଣ ମୁଦୁଲି ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ବୈଜ୍ଞାନିକ ଉପାୟରେ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ବିଭିନ୍ନ ପ୍ରମାଣ ସଂଗ୍ରହ କରି ପୋଲିସ ଆକ୍ରମଣରେ ସମ୍ପୃକ୍ତ ଗୁମ୍ମା ଗ୍ରାମର ଅଜୟ ହରିଜନ(୨୨), ଅଜିତ୍ ଶଗରିଆ (୨୩) ଏବଂ ମାଧବ ମାଝୀ(୨୨)ଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଛୁରୀ, ଲୁହା ପାଇପ୍ ସହ ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇଛି। ପୋଲିସ ସମସ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ବୈପାରିଗୁଡା ଥାନା ଆଇଆଇସି ଲକ୍ଷ୍ମୀ ନାରାୟଣ ମୁଦୁଲି ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande