ମାଲକାନଗିରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ମାଲକାନଗିରି, ୦୨ ଅଗଷ୍ଟ(ହି.ସ.) – ମାଲକାନଗିରି ସଦରମହକୁମା ଠାରେ ଅବସ୍ଥିତ ଜିଲ୍ଲାର ସର୍ବାପୁରାତନ ତଥା ଏକ ମାତ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି!୧୯୯୪ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନରେ ଦୁଷ୍ମନ୍ତ କୁମାର ଜେନ
ମାଲକାନଗିରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ୍ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା


ମାଲକାନଗିରି, ୦୨ ଅଗଷ୍ଟ(ହି.ସ.) – ମାଲକାନଗିରି ସଦରମହକୁମା ଠାରେ ଅବସ୍ଥିତ ଜିଲ୍ଲାର ସର୍ବାପୁରାତନ ତଥା ଏକ ମାତ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି!୧୯୯୪ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନରେ ଦୁଷ୍ମନ୍ତ କୁମାର ଜେନା ତା୮/୪/୯୭ ରିଖ ଠାରୁ ଭାରପ୍ରାପ୍ତ ଅଧକ୍ଷ ଦାଇତ୍ୱ ତୁଲାଇ ଆସୁଥିଲେ! ସେ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ, ପରିଚାଳନା କମିଟିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀ ଜେନା ନିଜ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ ଅଧ୍ୟାପିକା ଶ୍ରୀମତୀ ମଧୁମିତା ମହାନ୍ତି ଅସ୍ଥାୟୀ ଭାବେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି! ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ବିଦ୍ୟାଳୟର ପ୍ରତିଷ୍ଠାତା ଦୁର୍ଗା ପ୍ରସାଦ ତ୍ରିପାଠୀ ଉପସ୍ଥିତ ଥିଲେ! ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଶ୍ରୀକାନ୍ତ ସାମଲ, ଶ୍ରୀମତି ଇନ୍ଦୁରେଖା ପଟନାୟକ, ଶ୍ରୀମତୀ ଶୋଭା ଚୌଧୁରୀ ପ୍ରମୁଖ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ! ବରିଷ୍ଠ ଅଧ୍ୟାପକ ଶ୍ରୀକାନ୍ତ ସାମଲ ସଭା ପରିଚାଳନା କରିଥିଲେ!

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande