ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା
ସୁବର୍ଣପୁର, ୨ ଅଗଷ୍ଟ (ହି.ସ.)- ବିଜୁ ପଟ୍ଟନାୟକ ମହିଳା ସ୍ନାତକ ମହାବିଦ୍ୟାଳୟର ଖେଳ ଅଧ୍ୟାପିକା ଶ୍ରୀମତୀ ପ୍ରବାସିନୀ ରଥଙ୍କୁ କଲେଜ ପକ୍ଷରୁ ଶୁକ୍ରବାର ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ୧୯୯୩ ମସିହାରୁ ଏହି ପୁରୁଣା ମହାବିଦ୍ୟାଳୟରେ ପ୍ରଥମ କରି ଜଣେ କର୍ମଚାରୀଙ୍କୁ ଅବସରକାଳୀନ
ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-


ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-


ସୁବର୍ଣପୁର, ୨ ଅଗଷ୍ଟ (ହି.ସ.)- ବିଜୁ ପଟ୍ଟନାୟକ ମହିଳା ସ୍ନାତକ ମହାବିଦ୍ୟାଳୟର ଖେଳ ଅଧ୍ୟାପିକା ଶ୍ରୀମତୀ ପ୍ରବାସିନୀ ରଥଙ୍କୁ କଲେଜ ପକ୍ଷରୁ ଶୁକ୍ରବାର ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ୧୯୯୩ ମସିହାରୁ ଏହି ପୁରୁଣା ମହାବିଦ୍ୟାଳୟରେ ପ୍ରଥମ କରି ଜଣେ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ୱର୍ଦ୍ଧନା ଉତ୍ସଵରେ ମହାବିଦ୍ୟାଳୟର ଅଧ୍ୟକ୍ଷା ରୀତାରାଣୀ ପୂଜାରୀଙ୍କ ସଭାପତିତ୍ବରେ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ସାମ୍ବାଦିକ ସଂଘର ସୁବର୍ଣ୍ଣପୁର ଜିଲ୍ଲା ଶାଖାର ସଭାପତି ମନୋରଞ୍ଜନ ତ୍ରିପାଠୀ, ସୋନପୁର କଲେଜର ପୂର୍ବତନ ଖେଳ ଅଧ୍ୟାପକ ଭୁକୁଲୁ ବକ୍ସି ଯୋଗଦେଇ କିଏ କହୁଛି ବଡ଼ ଦିଦି, କିଏ କହୁଛି ଆଣ୍ଟି, କିଏ କହୁଛି ପ୍ରଭାସିନୀ ମେଡମ ଆମ ପାଇଁ ମା ସଦୃଶ୍ୟ, ସବୁ ଛାତ୍ରୀ ଅଧ୍ୟାପିକା କୋହଭରା କଣ୍ଠରେ ପ୍ରଶଂସା କରି କାନ୍ଦି ପକାଉ ଥିଲେ l ଏହା ହିଁ, ଏ ଭଲ ପାଇବା ଶ୍ରଦ୍ଧା ସ୍ନେହ ହିଁ ହେଉଛି ରଥ ମେଡମଙ୍କ ଦୀର୍ଘ ୩୦ ବର୍ଷର ତପସ୍ୟାର ମିଠା ଫଳ ଓ ଅନ୍ଯଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ ଓ ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କହିଥିଲେ।

ସଭା ପ୍ରାରମ୍ଭରେ ଅତିଥି ମାନେ ମା ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦୀପ ପ୍ରଜ୍ବଳନ କରିଥିଲେ। ଛାତ୍ରୀ ସ୍ମିତା ପ୍ରଜ୍ଞା ଓ ସାଥୀଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।

ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ପ୍ରବାସିନୀ ରଥଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ସ୍ମାରକ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କଲେଜର ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିବା ସହିତ ତାଙ୍କ ଅବସର ଜୀବନ ସୁଖ ଶାନ୍ତି ଓ ସମୃଦ୍ଧିମୟ ହେଉ ବୋଲି କାମନା କରିଥିଲେ । ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦୁଃଖୀଶ୍ୟାମ ମେହେର ସଭା ସଂଯୋଜନା କରିଥିବା ବେଳେ ସଭାରେ ଓଡ଼ିଆ ଵିଭାଗ ଅଧ୍ୟାପିକା ପୂର୍ଣ୍ଣିମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭାକୁ ସଫଳ କରିବା ପାଇଁ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande