ଗ୍ରାମ୍ୟ ମହିଳାଙ୍କୁ ଏକତା ସୂତ୍ରରେ ବାନ୍ଧିରଖେ ଆୟର ମାଧ୍ୟମ ପାରମ୍ପରିକ ଧାନରୁଆ
ଜୟପୁର, ୨ ଅଗଷ୍ଟ (ହି.ସ.)- କୋରାପୁଟ ଜିଲା ଏକ ଆଦିବାସୀ ବହୁଳ ଜିଲା । ଏଠାକାର ମହିଳା ମାନେ ମଧ୍ୟ ସ୍ୱାବଲମ୍ବୀ । ଜିଲା ବାସୀଙ୍କ ଜୀବନ ଜୀବିକାର ମୁଖ୍ୟ ଆୟୁଧ ହେଉଛି କୃଷି । ୯୦ ପ୍ରତିଶତ ଜିଲ୍ଲାବାସୀଙ୍କ ବୃତ୍ତି ଓ ଜୀବନ ଜୀବିକାର ପ୍ରଧାନ ପନ୍ଥା କୃଷି ହୋଇଥିବା ବେଳେ ଧାନ, ଆଖୁ ଓ ମକା ଉତ୍ପାଦନ
ଗ୍ରାମ୍ୟ ମହିଳାଙ୍କୁ ଏକତା ସୂତ୍ରରେ ବାନ୍ଧିରଖେ ଆୟର ମାଧ୍ୟମ ପାରମ୍ପରିକ ଧାନରୁଆ


ଜୟପୁର, ୨ ଅଗଷ୍ଟ (ହି.ସ.)- କୋରାପୁଟ ଜିଲା ଏକ ଆଦିବାସୀ ବହୁଳ ଜିଲା । ଏଠାକାର ମହିଳା ମାନେ ମଧ୍ୟ ସ୍ୱାବଲମ୍ବୀ । ଜିଲା ବାସୀଙ୍କ ଜୀବନ ଜୀବିକାର ମୁଖ୍ୟ ଆୟୁଧ ହେଉଛି କୃଷି । ୯୦ ପ୍ରତିଶତ ଜିଲ୍ଲାବାସୀଙ୍କ ବୃତ୍ତି ଓ ଜୀବନ ଜୀବିକାର ପ୍ରଧାନ ପନ୍ଥା କୃଷି ହୋଇଥିବା ବେଳେ ଧାନ, ଆଖୁ ଓ ମକା ଉତ୍ପାଦନ ପ୍ରଧାନ ଚାଷ ଭାବେ ଅଞ୍ଚଳବାସୀ

କରିଆସୁଛନ୍ତି । ଜିଲା ବାସୀ କୃଷି ଉପରେ ନିର୍ଭର କରି ଆସୁଥିବା ବେଳେ ସମୟର ସ୍ରୋତରେ ଆଧୁନିକ କୃଷି ଯନ୍ତ୍ରପାତି ନୂତନ କୃଷି ପଦ୍ଧତି, ନୂତନ ବୈଷୟିକ ଜ୍ଞାନ କୌଶଳ, ଆଧୁନିକ କୃଷି ପ୍ରଣାଳୀ, ବୈଜ୍ଞାନିକ ଦୃଷ୍ଟିକୋଣ କୃଷି କ୍ଷେତ୍ରରେ ସମୟ ଲାଘବ କରିବା ସହ ଶ୍ରମଦାନ ସ୍ତରକୁ ହ୍ରାସ କରିଛି ।

ଅନ୍ୟପକ୍ଷରେ ହଜାର ବର୍ଷର ପାରମ୍ପରିକ କୃଷି ପ୍ରଣାଳୀ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ଯାନ୍ତ୍ରିକ ଯୁଗର ବିକାଶ ଫଳରେ ଆଧୁନିକ ଚାଷ ପଦ୍ଧତି ପ୍ରତି ଚାଷୀଙ୍କ ଆଗ୍ରହ ବୃଦ୍ଧି ପାଇଛି । ଏସବୁ ସତ୍ତ୍ୱେ ଆଜିବି ୭୦ ପ୍ରତିଶତ ଅତି ଗରିବ ଶ୍ରେଣୀର ଚାଷୀ ପରିବାର ଆଜିବି ପୁରାତନ ପାରମ୍ପରିକ ଚାଷ ପଦ୍ଧତି ଅବଲମ୍ବନ କରି ଆସୁଛନ୍ତି । କ୍ଷେତ ପ୍ରସ୍ତୁତ ପାଇଁ ବଳଦ ହଳ, ମଇଁଷିହଳ, ଶ୍ରମଦାନରେ ଧାନ ରୁଆ, ଗୋରୁ ଗୋଠ ଚଲାଇ ଓ ନିଦା ଗୋଲେଇ କାଠ ସାହାଯ୍ୟରେ ଧାନ ମଳା, ଇଲା କଟୁରିରେ ଧାନ କାଟିବା ଆଦି କୃଷିକାର୍ଯ୍ୟ ଆଜିବି କୋରାପୁଟ ଜିଲାର ବୋରିଗୁମ୍ମା, ଜୟପୁର, କୋଟପାଡ, କୁନ୍ଦୁରା, ବୈପାରିଗୁଡା ବ୍ଲକର ସହରିଆରୁ ଗ୍ରାମାଞ୍ଚଳରୁ ପଲ୍ଲୀ ଗାଁ ଗୁଡିକରେ ଚାଷୀ ପରିବାର ଏହି ପାରମ୍ପରିକ ପୂରାତନ ପଦ୍ଧତି ଅନୁସରଣ କରୁଛନ୍ତି । ଏସବୁ କୃଷିଭିତ୍ତିକ କାର୍ଯ୍ୟରେ ପଲ୍ଲୀ ମହିଳାଙ୍କ ଅଂଶୀଦାର ବହୁଳ ମାତ୍ରାରେ ଦେଖିବାକୁ ମିଳିଥାଏ । ବର୍ଷା ଋତୁ ଉପରେ ଅଞ୍ଚଳର ପ୍ରମୁଖ ଧାନ ଚାଷ ନିର୍ଭର କରୁଛି ।ଏବେ ଆସିଛି ଧାନ ଚାଷ ଋତୁ । ଧାନ ରୁଆ ପାଇଁ କେଉଁଠି ଚାଷୀ କ୍ଷେତ ପ୍ରସ୍ତୁତ କରୁଥିବା ବେଳେ କେଉଁଠି ଚାଷୀ ଜମିରେ ଧାନ ରୋଇ ସାରିଲାଣି ତ କେଉଁଠି ଚାଲିଛି ଧାନରୁଆ କାର୍ଯ୍ୟ ଓ ପୁରାତନ ପାରମ୍ପରିକ ଚାଷ ପ୍ରଣାଳୀରେ ଏବେବି ଚାଷ କାର୍ଯ୍ୟ ଚାଲିଛି । ଗାଁ ମହିଳା ଦଳଗତ ଭାବେ ଅର୍ଥ ରୋଜଗାର କରିବାକୁ ଧାନ ରୁଆ କାର୍ଯ୍ୟରେ ବ୍ୟସ୍ତ ଥିବା ଲକ୍ଷ୍ୟ କରାଯାଇଛି । ଗୃହିଣୀ, ଯୁବତୀ, ଗାଁର ବୟସ୍କ ମହିଳା ଦଳଗତ ଭାବେ ଧାନ ରୁଆ କାର୍ଯ୍ୟ କରିବାକୁ ଯାଇଥାନ୍ତି ଓ ଗୋଟିଏ ଦଳରେ କେତେ ମହିଳା ରହିବେ ଜମି ମାଲିକ ସହ ଆଲୋଚନା ପରେ ସ୍ଥିର କରିଥାନ୍ତି । ଦୈନିକ ମଜୁରୀ ପ୍ରକାରେ ହେଉ କି ଠିକାରେ ହେଉ, ରୋଇବା କାର୍ଯ୍ୟ ଜାରି ରଖନ୍ତି । ସକାଳୁ ଉଠି ଘରକାମ ସହ ରୋଷେଇ କାମ ସାରି ଗଣ୍ଡେ ଖାଇ ମଧ୍ୟାହ୍ନ ଭୋଜନ ଧରି ସକାଳ ୭ଟା ମଧ୍ୟରେ କ୍ଷେତରେ ପହଞ୍ଚିଥାନ୍ତି । ଆଠ ଘଣ୍ଟା ଧରି ରୁଆ କାର୍ଯ୍ୟ ଚାଲିଥାଏ । ଅପରାହ୍ନରେ ସାମାନ୍ୟ ବିଶ୍ରାମ ସହ ଘରୁ ଆଣିଥିବା ଖାଦ୍ୟ ଜମି ହୁଡ଼ା କି ଘାସ ଉପରେ ବସି ଖାଇଥାନ୍ତି । ହାଣ୍ଡିଶାଳ ଶାଗ ତରକାରୀ ପରସ୍ପର ମଧ୍ୟରେ ଦିଆନିଆ ହୋଇ ଖାଇଥାନ୍ତି । ପାଣି କାଦୁଅରେ ହାତ ପାଦ ଭିଜି ବତୁରି ଯାଏ । ଘଣ୍ଟା ଘଣ୍ଟା ଧରି ପାଣି କାଦୁଅରେ ଧାନ ରୁଆ କାର୍ଯ୍ୟ କଷ୍ଟସାଧ୍ୟ ହେଲେ ମଧ୍ୟ ଗରିବ, ଅତି ଗରିବ ଶ୍ରେଣୀର ମହିଳା ବର୍ଷା ଋତୁ ଓ ରବି ଋତୁର ଧାନ ଚାଷ ଆସିଲେ ଏହି କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି । ଠିକାରେ ଯଦି ଧାନ ରୁଆ ହୋଇଥାଏ ଦୈନଦିନ ନିର୍ଦ୍ଧାରିତ ମଜୁରୀ ଅପେକ୍ଷା ସାମାନ୍ୟ ଅଧିକ ଟଙ୍କା ପାଇଥାନ୍ତି ମହିଳା । ଦିନ ମଜୁରି ଗାଁ ଦେଖି କେଉଁଠି ଦୁଇ ଶହ ଟଙ୍କା ତ ଆଉ କେଉଁଠି ୨୫୦ ଟଙ୍କା ମଜୁରୀ ଚାଲିଛି । ଏକକାଳୀନ ରୁଆ କାର୍ଯ୍ୟ ଚାଲୁଥିବାରୁ ବଡ଼ ଚାଷୀ, ମଧ୍ୟମ ଚାଷୀ ଏମାନଙ୍କ ନିକଟକୁ ଆସି ଦିନ ମଜୁରୀ ଓ ଠିକା ଆକାରରେ ଛିଡାଇ ଅଗ୍ରୀମ ଟଙ୍କା ଦେଇଥାନ୍ତି । ଗ୍ରାମାଞ୍ଚଳ ମହିଳାଙ୍କୁ ଅର୍ଥ ରୋଜଗାରର ଏହା ଅନୁକୂଳ ସମୟ ହୋଇଥିବାରୁ କଷ୍ଟସାଧ୍ୟ ହେଲେ ମଧ୍ୟ ଦଳ ମଧ୍ୟରେ ପରସ୍ପର ଭାବ ଦିଆନିଆ ମଧ୍ୟରେ ଏପରି କାର୍ଯ୍ୟ କରିଥାନ୍ତି ଓ ନିର୍ଦ୍ଦିଷ୍ଟ ଦଳ ମଧ୍ୟରେ ସ୍ୱତନ୍ତ୍ର ଦକ୍ଷତା ବା କଳା ନିପୂଣ ମହିଳା ରହିଥାନ୍ତି । ଆଦିବାସୀ ଗୀତ ଗାଇ ରୁଆ କାର୍ଯ୍ୟ କରନ୍ତି । କଠିନ ହେଲେ ମଧ୍ୟ ଏହି ଗୀତ ଭାବ ବିହ୍ଵଳ କରିଥାଏ । ଗୀତ ଗାଉଥବା ମହିଳା କି ଯୁବତୀ ଦଳର ମନୋରଞ୍ଜନ କରୁଥିବା ବେଳେ କିଛି ସମୟ ପରସ୍ପରର ଭଲମନ୍ଦ ବୁଝିବା, ସାନ୍ତ୍ଵନା ଦେବା, ଦୁଃଖ ସୁଖରେ ସହଭାଗୀ ହେବା, ଏପରି ବ୍ୟକ୍ତିଗତ ପାରିବାରିକ ଜୀବନ ଭଲମନ୍ଦ ଆଲୋଚନା ଏବଂ ପରାମର୍ଶ ଦିଆନିଆ ଚାଲେ । ଜମିରେ ବିତାଉଥିବା ଏକ ଲମ୍ବା ସମୟ ୮ ଘଣ୍ଟା ଏଭଳି ଭାବେ ଜମିରେ ପଲ୍ଲୀ ଗାଁ ମହିଳା ନିକଟ ଓ ଦୂରବର୍ତ୍ତୀ ସ୍ଥାନକୁ ଯାଇ କାର୍ଯ୍ୟ କରିଆସୁଛନ୍ତି । କାମ ସାରି ପୁଣି ଘର କାମ କରିବାକୁ ଜମିରୁ ସଞ୍ଜ ନଇଁବା ବେଳକୁ ଘର ଅଭିମୁଖେ ଫେରିଥାନ୍ତି । ଚାଷ ବାସ ସମୟରେ ମହିଳା ମାନେ ଚାଷ କାର୍ଯ୍ୟ ସହ ନିଜ ଘର କାମ କରି ଅର୍ଥ ଉପାର୍ଜନ କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande