



ସମ୍ବଲପୁର,୦୨, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗ୍ରାମରେ ଜଣେ ୩୦ ବର୍ଷିୟ ଯୁବକର ଗଳକାଟି ହତ୍ୟା ଉଦ୍ୟମ କରାଯାଇଥିବା ଜଣାପଡିଛି l ଗୁରୁତର ଆହତ ଯୁବକ ଜଣଙ୍କ ସରାପାଲି ପଂଚାୟତ ମାରୱାଡିମୁଣ୍ଡା ଗ୍ରାମର ଟୁନା ମାହାର ବୋଲି ଜଣାପଡିଛି ସମ୍ବଲପୁରଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗ୍ରାମର ଜଣେ ଯୁବକର ଗଳାକାଟି ହତ୍ୟା ଉଦ୍ୟମ କରାଯାଇଥିବା ଜଣାପଡିଛି l ଗୁରୁତର ଆହତ ଯୁବକ ଜଣଙ୍କ ସରାପାଲି ପଂଚାୟତ ମାରୱାଡିମୁଣ୍ଡା ଗ୍ରାମର ଟୁନା ମାହାର, ଆନୁମାନିକ ବୟସ ୩୦ବର୍ଷ l
ବଙ୍ଗାଳି ମିସ୍ତ୍ରୀ ଥାନାରେ ଅଟକ
ସୂଚନା ଅନୁସାରେ ଟୁନା ମାହାର କିଛିଦିନ ହେବ ଅଞ୍ଚଳରେ ଘରକାମ କରୁଥିବା ବଙ୍ଗାଳି (ମୁସଲମାନ )ମିସ୍ତ୍ରୀଙ୍କ ପାଖରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ l ଏ ଘଟଣା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ପହଞ୍ଚି ଡାକ୍ତରଖାନାରେ ଭର୍ତି କରିଥିଲେl ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଂଗେ ସଂଗେ ବୁର୍ଲା ସ୍ଥାନାନ୍ତର କରାଯାଇଛି l ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଏକାପାଖେ ଭଡାରେ ରହୁଥିବା ୬ରୁ ୭ଜଣ ବଙ୍ଗାଳି ମିସ୍ତ୍ରୀଙ୍କୁ ତଦନ୍ତ ପାଇଁ ପୁଲିସ ଥାନାରେ ଅଟକ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି l ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ