ସନ୍ଥ ଶିରୋମଣି ଗୁରୁ ରବି ଦାସ ଜିଙ୍କ ୬୫୦ତମ ଜନ୍ମଜୟନ୍ତୀ
ବଲାଙ୍ଗୀର, ୦୨ ଅଗଷ୍ଟ(ହି.ସ.) – ସନ୍ଥ ଶିରୋମଣି ଗୁରୁ ରବିଦାସ ଜିଙ୍କ ୬୫୦ତମ ଜନ୍ମଜୟନ୍ତୀ ଅବସରରେ ସମରସତା ସଙ୍କଳ୍ପ ଅଭିଯାନ ଜିଲ୍ଲା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ। ଆଜି ବିଜେପି ବଲାଙ୍ଗୀର ଜିଲ୍ଲା ତରଫରୁ ସନ୍ଥ ଶିରୋମଣି ଗୁରୁ ରବିଦାସ ଜିଙ୍କ ୬୫୦ ତମ ଜୟନ୍ତୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପଥ
ସନ୍ଥ ଶିରୋମଣି ଗୁରୁ ରବୀଦାସ ଜି ଙ୍କ 650ତମ ଜନ୍ମ ଜୟନ୍ତୀ


ବଲାଙ୍ଗୀର, ୦୨ ଅଗଷ୍ଟ(ହି.ସ.) – ସନ୍ଥ ଶିରୋମଣି ଗୁରୁ ରବିଦାସ ଜିଙ୍କ ୬୫୦ତମ ଜନ୍ମଜୟନ୍ତୀ ଅବସରରେ ସମରସତା ସଙ୍କଳ୍ପ ଅଭିଯାନ ଜିଲ୍ଲା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ। ଆଜି ବିଜେପି ବଲାଙ୍ଗୀର ଜିଲ୍ଲା ତରଫରୁ ସନ୍ଥ ଶିରୋମଣି ଗୁରୁ ରବିଦାସ ଜିଙ୍କ ୬୫୦ ତମ ଜୟନ୍ତୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପଥରଚେପା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବରିଷ୍ଠ ବିଜେପି କାର୍ଯ୍ୟକର୍ତା ଓ ମହିଳା କାର୍ଯ୍ୟକର୍ତା ଓ ଅଧିକାରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହୋଇଥିଲା। ପ୍ରଥମେ ରାଷ୍ଟ୍ରୀୟ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରାଙ୍କ ନେତୃତ୍ୱରେ ହୋଇଥିଲା। ମଂଚରେ ଉପସ୍ଥିତ ଥିଲେ ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ବଲାଙ୍ଗୀର ଜିଲ୍ଲା ବିଜେପି ପ୍ରଭାରୀ ପର୍ଶୁରାମ ମାଝୀ। ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ। ଏଚ.ଡ଼ି.ସି. ଚୈରମେନ ବଲ୍ଲଭ ଧରୁଆ। ସାଧାରଣ ସମ୍ପାଦକ କୁନୁ ମୁଣ୍ଡା। ସନ୍ଥ ଶିରୋମଣି ରବୀଦାଶ କାର୍ଯ୍ୟକ୍ରମ ସଂଯୋଜକ ବିକ୍ରମ ତାଣ୍ଡି.ଜିଲ୍ଲା ଉପସଭାପତି ସୁଶାନ୍ତ ମହାନ୍ତି। ସାଧାରଣ ସମ୍ପାଦକ ପ୍ରଶାନ୍ତ ଷଡ଼ଙ୍ଗୀ. ଉପସ୍ଥିତ ଥିଲେ. ବକ୍ତାମାନେ ଗୁରୁ ରବୀଦାସ ଜିଙ୍କ ଜୀବନୀ ବିଷୟରେ କହିଥିଲେ। ସନ୍ଥ ଶିରୋମଣି ଗୁରୁ ରବୀଦାସ ଜିଙ୍କ ଜନ୍ମ ୧୩୭୭ ଇସ୍ୱି ମାଘ ପୁର୍ଣିମା ରେ ଉତର ପ୍ରଦେଶ ରାଜ୍ୟର ବାରଣାସୀ ପାଖରେ ସର ଗୋବର୍ଦ୍ଧନ ପୁର ଗାଁରେ ହୋଇଥିଲା। ଗୁରୁ ରବୀଦାସ ଚମାର ଜାତିରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ମାଙ୍କ ନାମ କର୍ମା ଦେବି ଓ ବାପାଙ୍କ ନାମ ସନ୍ତୋଖ ଦାସ ଥିଲା। ଗୁରୁ ରବୀଦାସ ନିଜେ ଚମଡାରେ ତିଆରି ଜୁତା ଚପଲ ତିଆରି କରୁଥିଲେ। ସେ ମହାନ ଭକ୍ତି କବି ଓ ମହାନ ସନ୍ଥ ଥିଲେ। ଭାରତୀୟ ଜନତା ପାର୍ଟି ତରଫରୁ ଗୁରୁ ରବୀଦାସ ଙ୍କ ଜନ୍ମ ମାଟିରୁ ତାଙ୍କ ପବିତ୍ର ମାଟି ଅଣାଯାଇ ଓଡ଼ିଶାର ସମସ୍ତ ଜିଲ୍ଲାକୁ ଅଣାଯିବାର କାର୍ଯ୍ୟକ୍ରମ ଅଛି ବୋଲି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande