
କେନ୍ଦ୍ରାପଡ଼ା, ୨ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ା ଜିଲା କଂଗ୍ରେସର ଯୁବ ନେତା ତଥା ରାଜ୍ୟ କୃଷକ କଂଗ୍ରେସର ପ୍ରଚାର ସଦସ୍ୟ ହିମାଂଶୁ ନନ୍ଦଙ୍କୁ କଟକ, ଯାଜପୁର, ଅନୁଗୋଳ ଓ ଢେଙ୍କାନାଳ ପ୍ରମୁଖ ୪ଟି ଜିଲାର ଡିଜିଟାଲ ପ୍ରଚାର ଇନଚାର୍ଜ ଭାବେ ନିଯୁକ୍ତି ମିଳିଛି । ଏନେଇ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ଡିଜିଟାଲ ମୁଖ୍ୟ ଅଞ୍ଜନ କୁମାର ସିଂହ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀ ନନ୍ଦ ଏହି ୪ଟି ଜିଲାରେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଦଳର ସଂଗଠନକୁ ସୁଦୃଢ କରିବେ । ସେ ରାଉରକେଲା ଏନଆଇଟିରୁ ବିଟେକ କରିଛନ୍ତି । ସେହିପରି ଡିଜିଟାଲ ପ୍ରଚାରରେ ସେ ସ୍ବତନ୍ତ୍ର ତାଲିମ ନେଇଛନ୍ତି । ତେଣୁ ତାଙ୍କୁ ଏହି ଗୁରୁ ଦାୟିତ୍ବ ପ୍ରଦାନ କରାଯାଇଛି । ଏହି ଦାୟିତ୍ବ ପାଇଥିବାରୁ ସେ ପିସିସି ସଭାପତି ଭକ୍ତ ଚରଣ ଦାସ, କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପ ଦାସ, କିଷାନ ପାନ କଂଗ୍ରେସ ସଭାପତି ଅଭୟ ସାହୁ, ଡିଜିଟାଲ ଲ କ୍ୟାମ୍ପେନ ମୁଖ୍ୟ ଅଞ୍ଜନ କୁମାର ସିଂହ, କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ସଭାପତି ଡ. ଦେବସ୍ମିତା ଶର୍ମା, ପୂର୍ବତନ ବିଧାୟିକା ତଥା ତାଙ୍କ ରାଜନୈତିକ ଗୁରୁ ଡ. ସିପ୍ରା ମଲ୍ଲିକ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏହି ନିଯୁକ୍ତି ମିଳିବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଶ୍ରୀ ନନ୍ଦ କେନ୍ଦ୍ରାପଡ଼ା ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ସହ ଅନ୍ୟ ଜିଲ୍ଲାରେ କିପରି ସଂଗଠନ ସୁଦୃଢ ହୋଇପାରିବ ସେ ନେଇ ଅହରହ ପରିଶ୍ରମ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରବି